କଟକ: ଆଜି ସନ୍ଧ୍ୟା ସୁଦ୍ଧା ସରକାର ଯଦି ଆନ୍ଦୋଳନକାରୀ ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ମୁକ୍ତ ନ କରନ୍ତି, ତେବେ ବସ୍ ଚଳାଚଳ ବନ୍ଦ ରଖିବାକୁ ବାଧ୍ୟ ହେବୁ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆନ୍ଦୋଳନକାରୀ ରାସ୍ତାରେ ଆମ ଗାଡ଼ି ଚାଳକଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଛନ୍ତି। ଏଭଳି ପରିସ୍ଥିତିରେ ଆମେ କଣ ଆଉ କରିବୁ? ଦିନ ୧୦ ଟାରୁ ୧୧ ଟା ଏକ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ରାଜପଥ ଉପରେ ବସ ଛିଡ଼ା କରି ଆମେ ପ୍ରତିବାଦ ପ୍ରଦର୍ଶନ କରିବୁ। ଆମେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବୁ। ଏହାପରେ ଯଦି ସରକାର କିଛି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମେ ବସ ଚଳାଇବୁ ନାହିଁ। ୮ ହଜାର ବସ ମାଲିକଙ୍କର ୧୪ ହଜାର ବସ ବନ୍ଦ ରହିବ।
/sambad/media/post_attachments/wp-content/uploads/2023/03/c140abb2-80e6-4a6d-b25e-f18fe5082b71.jpg)
ଏଣେ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସଭାପତି ଲୋକନାଥ ପାଣି କହିଛନ୍ତି, ବସ ଚଳାଇବା ପାଇଁ ପୁଲିସର ସହଯୋଗ ଆଦୌ ମିଳୁନାହିଁ। ଡ୍ରାଇଭର ସଂଘର ଦାବିକୁ ନେଇ ଆମର କୌଣସି ଆପତ୍ତି ନାହିଁ। ଯାତ୍ରୀବାହୀ ବସ ଯାତାୟାତକୁ ବିରୋଧ କରିବା ଅନୁଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/eb31b3eb-1000-442b-bd6c-90a78e11e02b.jpg)
