କୋରାପୁଟ/ପଟାଙ୍ଗୀ : ଆନ୍ଧ୍ର ସୀମାରେ ଥିବା କୋଟିଆ ଗ୍ରାମ ପଞ୍ଚାୟତକୁ ଯାଇ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ପଟାଙ୍ଗୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ପାଙ୍ଗୀ। କୋଟିଆ ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କ ସହ ପୂର୍ବତନ ବିଧାୟକ ରଘୁରାମ ପଡାଲ ଓ କିଛି ଅଧିକାରୀ ମଧ୍ୟ ଯାଇଥିଲେ। ଲୋକଙ୍କ ଅଭାବ, ଅସୁବିଧା ପଚାରି ବୁଝିବା ପରେ ଏହି ଅଂଚଳକୁ ଏକ ବସ୍ ଚଳାଇବାକୁ ବିଧାୟକ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଲୋକଙ୍କୁ କହିଥିଲେ। ଏହା ସହ ଏହି ଅଂଚଳରେ ଚାଲିଥିବା ବିକାଶମୂଳକ କାମର ଅନୁଧ୍ୟାନ କରିଥିଲେ। ଅପରପକ୍ଷରେ ‘ଆମ କୋଟିଆ’ ସଂଗଠନ ମଧ୍ୟ କୋଟିଆ ଯାଇ ସେଠାରୁ ତଥ୍ୟ ସଂଗ୍ରହ କରିଛି। ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡାଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ରେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, ପଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ, ଆଇନଜୀବୀ ଗୁପ୍ତେଶ୍ୱର ପାଣିଗ୍ରାହୀ, ଅଜିତ ପାତ୍ର ଓ ସାନ୍ତାକାର ପ୍ରମୁଖ ଯାଇଥିଲେ। ଏହି ଟିମ ଲୋକଙ୍କ ଜୀବନ ଜୀବିକା ପରଖିବା ସହ ସେମାନଙ୍କ ମୌଳିକ ସମସ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲା। ଓଡ଼ିଶାରୁ ଉପଯୁକ୍ତ ସୁବିଧା ସୁଯୋଗ ଓ ସେବା ପାଇଲେ ସେମାନେ ଓଡ଼ିଶାରେ ରହିବାକୁ ପସନ୍ଦ କରିବେ ବୋଲି କହିଥିଲେ।
କୋଟିଆକୁ ବସ୍ ଚାଲିବ
/sambad/media/post_attachments/wp-content/uploads/2018/01/kotia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)