ଆସନ୍ତାକାଲି ଦିନ ୧୧ଟାରୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ, ମଧ୍ୟରାତ୍ରିରୁ ସିଟି ବସ୍ ସେବା ବନ୍ଦ
ସମସ୍ତ ଘରୋଇ ବିମାନ ଚଳାଚଳ ଆସନ୍ତାକାଲି ମଧ୍ୟ ରାତିରୁ ବନ୍ଦ
ଭୁବନେଶ୍ୱର: ଆସନ୍ତାକାଲି ଦିନ ୧୧ଟାରୁ ସାରା ରାଜ୍ୟରେ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିବ। ଆଜି ରାତି ୧୨ଟାରୁ ସମସ୍ତ ସିଟି ବସ୍ ଚଳାଚଳ ବନ୍ଦ ରହିବ ବୋଲି ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ, ରାଜ୍ୟରେ ଲକ୍-ଡାଉନ୍କୁ ଆହୁରି ଗୁରୁତର ସହ ନିଆଯିବ ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାରେ ୮୫ଟି ନମୂନା ପରୀକ୍ଷା ପାଇଁ ପଠାଯାଇଛି। ସେଥିମଧ୍ୟରୁ କେବଳ ଦୁଇଟି ପଜିଟିଭ ଆସିଛି। ଆଉ ୨ଜଣ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଛି। ଭାରତରେ କରୋନା ଆକ୍ରାନ୍ତ ହୋଇ ୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବିଶ୍ୱରେ ୧୮୮ଟି ଦେଶକୁ କରୋନାଭାଇରସ୍ ସଂକ୍ରମଣ ହୋଇସାରିଛି। ବ୍ୟାଙ୍କ ଓ ବୀମା କମ୍ପାନିରେ କର୍ମଚାରୀଙ୍କ ସଂଖ୍ୟା ୧୦ପ୍ରତିଶତ ହ୍ରାସ କରାଯିବା ସହିତ ଅଫିସ ଯାଉଥିବା କର୍ମଚାରୀମାନେ ପୁଲିସଠାରୁ ପାସ୍ ନେବେ ବୋଲି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି।
ସେହିପରି ଆସନ୍ତାକାଲି ମଧ୍ୟ ରାତିରୁ ସମସ୍ତ ଘରୋଇ ବିମାନ ଚଳାଚଳ ବନ୍ଦ ରହିବ। କେବଳ ମାଲବାହୀ ବିମାନ ଚାଲୁ ରଖିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ ୩୦ଯାଏଁ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ବୋଲି କୁହାଯାଇଥିଲା। ଦୀର୍ଘଦିନ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହୁଥିବାରୁ ଘରେ ଶୁଖିଲା ଖାଦ୍ୟ ପହଞ୍ଚାଇବା ବ୍ୟବସ୍ଥା ରାଜ୍ୟସରକାର କରୁଛନ୍ତି।