ଭବାନୀପାଟଣା: ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିବା ମାଣିକେଶ୍ୱରୀ ନାମକ ଏକ ଘରୋଇ ବସ ଭବାନୀପାଟଣା ନିକଟରେ ୨୬ ନମ୍ବର ଜାତୀୟ ରାଜପଥର ଏକ ପୋଲ ତଳକୁ ଖସି ପଡ଼ିବା ଫଳରେ ଜଣେ ଯାତ୍ରୀଙ୍କର ମତ୍ୟୁ ଘଟିିଥିବା ବେଳେ ୨୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବରପାଇ ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀ, ପୁଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତକମାନଙ୍କୁ ଉଦ୍ଧାର କରି ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Advertisment

publive-image
ମିଳିଥିିବା ସୂଚନା ଅନୁଯାୟୀ, ମାଣିକେଶ୍ୱରୀ ବସଟି ଗତକାଲି ରାତିରେ ଭୁବନେଶ୍ୱର ଛାଡ଼ିଥିଲା। ଆଜି ଭୋର ଭୋରୁ ଭବାନୀପାଟଣା ସହର ଠାରୁ ମାତ୍ର ୧ କିଲୋମିଟର ଦୂରରେ ୨୬ ନମ୍ବର ଜାତୀୟ ରାଜପଥର ଲାଲପୁଲିଆ ନିକଟରେ ବସର ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ବସ ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।