କଟକ: ଭୁବନେଶ୍ୱରରୁ ଚୋରୀ ହୋଇଥିବା ଏକ ବସ୍ କଟକର ଚାଉଳିଆଗଂଜ ଥାନା ଅନ୍ତର୍ଗତ ଓଏମପି ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ବସଟି ଭୁବନେଶ୍ୱରରୁ ଚୋରୀ ହୋଇ କଟକ ଆଡ଼କୁ ଯାଉଥିଲା। ଲୁଟେରା ଓ ବସ୍କୁ ଧରିବା ପାଇଁ ପଛରୁ ପୁଲିସ ପିଛା କରୁଥିଲା। ପୁଲିସର ୬ଟି ପିସିଆର ଭ୍ୟାନ୍ ବସକୁ ଅନୁସରଣ କରୁଥିବା ବେଳେ ଏହାର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ବସ୍ଟି ଦୁର୍ଘଟଣା ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବସ୍ରେ ଥିବା ଦୁର୍ବୃତ୍ତଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।
ଭୁବନେଶ୍ୱରରୁ ଚୋରି ହୋଇଥିବା ବସ୍ କଟକରେ ଦୁର୍ଘଟଣାଗ୍ରସ୍ତ, ଉଦ୍ଧାର କାର୍ଯ୍ୟ ଜାରି
/sambad/media/post_attachments/wp-content/uploads/2020/08/a1d25af8-6226-4b65-9a67-12c9dc81bc88-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)