‘ଜନତା କର୍ଫ୍ୟୁ’ ପାଳନ ପାଇଁ ରବିବାର କଟକରେ ବସ୍ ଚଳାଚଳ ବନ୍ଦ ରହିବ !

କଟକ: ଆସନ୍ତା ୨୨ ତାରିଖ, ରବିବାର ‘ଜନତା କର୍ଫ୍ୟୁ’ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ କରିଛନ୍ତି। କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନକୁ କାର୍ଯ୍ୟକାରୀ କରିବା ପାଇଁ କଟକ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସମସ୍ତ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା  କରାଯାଇଛି। ଏନେଇ ଆଜି କଟକ ଘରୋଇ ବସ୍ ମାଲିକ ସଂଘର ସଂପାଦକ ଅଜୟ ବାରିକ ସୂଚନା ଦେଇଛନ୍ତି। ଏସଂପର୍କରେ ରାଜ୍ୟ ଘରୋଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୌଣସ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି।

image source-youtube

ସୂଚନାଯୋଗ୍ୟ, ରବିବାର ଓଡ଼ିଶାରେ ଜନତା କର୍ଫ୍ୟୁ ପାଇଁ ୨୦ ଲକ୍ଷ ଦୋକାନ ବନ୍ଦ ରହିବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି। ରାଜ୍ୟରେ ଓଡ଼ିଶା ବ୍ୟବସାୟୀ ମହାସଂଘ ସହ ଅଧୀନରେ ୧୯୪ଟି ସଂଘ ରହିଛି। ସେସବୁ ସଂଘଙ୍କୁ ଦୋକାନ ବନ୍ଦ ପାଇଁ କୁହାଯାଇଛି। ତେବେ ଡାଲି, ଚାଉଳ, ପନି ପରିବା ଓ ଆମିଷ ଆଦି ଦୋକାନ ବନ୍ଦ ରହିଲେ ମଧ୍ୟ ପେଟ୍ରୋଲ ପମ୍ପ ଏବଂ ଔଷଧ ଦୋକାନ ଖୋଲା ରହିବ। ପେଟ୍ରୋଲ ପମ୍ପ ଖୋଲା ରହିବ ଏବଂ ସର୍ବନିମ୍ନ କର୍ମଚାରୀ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ବିକ୍ରି କରିବେ ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲର ସଂଘର ସମ୍ପାଦକ ସଂଜୟ ଲାଠ୍ କହିଛନ୍ତି। ସେହିଭଳି ରାଜ୍ୟରେ ଔଷଧ ଦୋକାନଗୁଡ଼ିକ ମଧ୍ୟ ଖୋଲା ରହିବ ବୋଲି ଉତ୍କଳ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନର ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର