ବାଲେଶ୍ୱର ଜିଲ୍ଲାର ରେମୁଣାରେ ଓଲଟିଲା ପ୍ରବାସୀ ବସ୍

ବାଲେଶ୍ୱର. ଆଜି ଭୋର ସମୟରେ ବାଲେଶ୍ୱର ଜିଲ୍ଲାର ରେମୁଣା ଅଞ୍ଚଳର ନୂଆଗାଁ ନିକଟରେ ଏକ ପ୍ରବାସୀ ବସ ଓଲଟିଥିବାର ଖବର ମିଳିଛି। ଏହି ବସଟି (କେଏଲ୍ ୫୫ଏଲ୍ ୮୫୭୭) କେରଳରୁ ପଶ୍ଚିମବଙ୍ଗକୁ ଯାଉଥିବାର ସୂଚନା ମିଳିଛି।  ଏଥିରେ ୩୮ଜଣ ଯାତ୍ରୀ ଥିଲେ। ଏମାନଙ୍କ ଭିତରୁ ୭ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳକୁ ବାଲେଶ୍ୱରର ନୂଆଗାଁ ନିକଟରେ ପୋଲ ତଳକୁ ଖସିଲା ବସ୍।  ଏହାଫଳରେ ୧୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳପୁର ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପଛପଟୁ ଏକ ଟ୍ରକକୁ ରାସ୍ତା ଦେବାକୁ ଯାଇ ବସଟି ପୋଲ ତଳକୁ ଓଲଟି ଯାଇଥିବା କୁହାଯାଉଛି। ବସଟି ପ୍ରାୟ ୨୦ ଫୁଟ୍ ତଳକୁ ଖସିଥିଲା।

ଖବର ପାଇ ସ୍ଥାନୀୟ ଲୋକେ ଓ ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବସଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର