ସମ୍ବଲପୁର ନିକଟରେ ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୬ ଯାତ୍ରୀ ଗୁରୁତର

ସମ୍ବଲପୁର: ସମ୍ବଲପୁରର ଜିଲ୍ଲା  ଚାରମଲ ନିକଟରେ ବସ୍-ଟ୍ରକ୍ ମୁହାଁ-ମୁହିଁ ଧକ୍କା ହେବାଫଳରେ ୧୫ ଜଣ ଆହତ ହେବା ସହ ୬ ଜଣ ଗୁରୁତର ହୋଇଛନ୍ତି । ଅନୁଗୁଳରୁ ସମ୍ବଲପୁର ଆସୁଥିବା ଗରୁଡ଼ ବସକୁ ସାମ୍ନାରୁ ଏକ ଟ୍ରକ୍ ଧକ୍କା  ଦେଇଥିଲା  । ଏହି ଦୁର୍ଘଟଣା ପ୍ରାୟ ସନ୍ଧ୍ୟା ୬ଟା ୩୦ମିନିଟରେ ଘଟିଥିବା ବେଳେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସମ୍ବଲପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି।

ମିଳିଥିବା ସୂଚନା ମୁତାବକ, ଘଟଣାଟି ଚାରମଲର ସେରନୀ ମନ୍ଦିର ନିକଟରେ ଘଟିଛି । ଦୁର୍ଘଟଣା ସମୟରେ ଉପସ୍ଥିତ ଥିବା ଲୋକେ ପୁଲିସକୁ ଖବର ଦେବା ସହ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏବେ ଗୁରୁତର ହୋଇଥିବା ଯାତ୍ରୀଙ୍କୁ ଚିକିତ୍ସା ପାଇଁ ପଠାଯାଇଛି। ଦୁର୍ଘଟଣା ପରେ ବସର ଆଗ ପଟ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।  ବସର ସମ୍ମୁଖ ଭାଗ ସଂପୂର୍ଣ୍ଣ ଚୁରମାର ହୋଇଯାଇଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର