ଭାରତର ବିଭିନ୍ନ ତୀର୍ଥକ୍ଷେତ୍ରକୁ ଓଡିଶାରୁ ଗଡିବ ବସ

ଭୁବନେଶ୍ୱର: ରଥଯାତ୍ରା ପାଇଁ ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସ୍ । କେବଳ ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ଏଥିସହିତ ବଦଳିପାରେ ଲକ୍ଷ୍ମୀ ବସର ନାଁ । ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଥମ ବୈଠକରେ ରିଭ୍ୟୁ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ସୂଚନା ମୁତାବକ, ଏହି ବୈଠକରେ ବିଭିନ୍ନ ପ୍ରକାର ତର୍ଜମା ହୋଇଛି ଓ ନିଷ୍ପତ୍ତି ନିଆଯାଇଛି । ପରିବେଶ ପାଇଁ ଏଣିକି ଚାଲିବ ଇଲେକ୍ଟ୍ରିବସ୍ । ପୁରୁଣା ବସ୍ ସେବା ସଠିକ ଭାବେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ । ଭାରତର ବିଭିନ୍ନ ତୀର୍ଥକ୍ଷେତ୍ର ଅଯୋଧ୍ୟା, ତିରୁପତି, ବୃନ୍ଦାବନ, ବାରାଣସୀ ଭଳି ଜାଗାକୁ ଚାଲିବ ବସ୍ । ରାଜ୍ୟରେ ଯେଉଁସବୁ ସ୍ଥାନ ଅପହଞ୍ଚ ରହିଛି ସେଠାରେ ମଧ୍ୟ ବସ୍ ସେବା ଯୋଗାଇଦେବା ନେଇ ମିଟିଂରେ ଆଲୋଚନା ହୋଇଥିଲା ।

ସେହିପରି ମାଛକୁଣ୍ଡରୁ ଭୁବନେଶ୍ୱର, ବାଲିଗୁଡାରୁ କଟକ, ଉମରକୋଟରୁ ବିଶାଖାପାଟଣା ଭଳି ଜାଗାକୁ ବସ୍ ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରିବସ୍ ସେବା ଆରମ୍ଭ ହୋଇଯାଇଛି, ଆମ ଓଡ଼ିଶା ଭାଗରେ ମଧ୍ୟ ଏହି ସେବାର ସୁବିଧା ମିଳିବ । ତେଣୁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ୧୫ ବର୍ଷରୁ ପୁରୁଣା ବସକୁ ସ୍କାର୍ପକୁ ଦିଆଯିବ । ଆଗକୁ ଇଲେକ୍ଟ୍ରି ବସ୍ ଅଧିକ ଚଳାଚଳ କରାଯିବ । ସେହିପରି ବର୍ତ୍ତମାନ ଲକ୍ଷ୍ମୀବସକୁ ନେଇ ତର୍ଜମା ଚାଲିଛି । ନାଁ ବଦଳିବା ନେଇ ମଧ୍ୟ ଆଲୋଚନା ହେଇପାରେ । ନାଁରେ କିଛି ନାହିଁ ସେବା ମିଳିବା ଆବଶ୍ୟକ ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ।

ସମ୍ବନ୍ଧିତ ଖବର