କଟକ : ବିନା ପରମିଟ୍‌ରେ ୪୪ ଟି ଅନ୍ତଃରାଜ୍ୟ ବସ୍‌ ଚଳାଚଳ କରୁଥିବା ପରିବହନ ବିଭାଗ ହାତରେ ଧରାପଡ଼ିଛି। ଗାଡ଼ି ଗୁଡ଼ିକ ପରମିଟ୍‌ ନିୟମ ଉଲ୍ଲ˚ଘନ କରି ଏଭଳି ବେଆଇନ ଢ˚ଗରେ ଚଳାଚଳ କରୁଥିବା ପରିବହନ ବିଭାଗ ନଜରକୁ ଆସିଥିଲା। ଗଲା ନଭେମ୍ବର ମାସରେ ପରିବହନ ବିଭାଗ ଗାଡ଼ି ଗୁଡ଼ିକ ଚିହ୍ନଟ କରି ସେମାନଙ୍କ ନିକଟରୁ ଜରିମାନା ଆଦାୟ କରିଥିବା ସୂଚନା ମିଳିଛି।

Advertisment

ପରିବହନ କମିସନଙ୍କ ନିର୍ଦ୍ଦେଶକ୍ରମ ଗଲା ନଭେମ୍ବର ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ ହୋଇଥିଲା। ପଶ୍ଚିମବ˚ଗର ୧୩ଟି, ଛତିଶଗଡ଼ର ୧୨ଟି, ଓଡ଼ିଶାର ୧୩ଟି, ଆନ୍ଧ୍ର ପ୍ରଦେଶର ୨ଟି ଏବ˚ ଝାଡ଼ଖଣ୍ତ, ବିହାର, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ଗୋଟିଏ ଲେଖାଏ ଗାଡ଼ି ଓଡ଼ିଶା ଭିତରେ ଚଳାଚଳ କରୁଥିଲା। ସେମାନଙ୍କୁ ପରିବହନ ବିଭାଗ ବିଭିନ୍ନ ଜିଲ୍ଲାରେ ଠାବ କରିଛି। ଭଞ୍ଜନଗର ଓ କୋରାପୁଟରେ ଗୋଟିଏ, ବରଗଡ଼ରେ ୩ଟି, ଯାଜପୁରରେ ଗୋଟିଏ, କଟକରେ ୪ଟି, ଚଣ୍ତିଖୋଲରେ ୫ଟି, ଭଦ୍ରକରେ ଦୁଇଟି, ମୟୁରଭଞ୍ଜରେ ଗୋଟିଏ, କଳାହାଣ୍ତିରେ ଗୋଟିଏ, ସମ୍ବଲପୁରରେ ଗୋଟିଏ, କେନ୍ଦ୍ରାପଡ଼ାରେ ଦୁଇଟି, ଜଗତସି˚ହପୁରରେ ୫ଟି, ମାଲକାନଗିରିରେ ୯ଟି, ଗଞ୍ଜାମରେ ଦୁଇଟି, ପୁରୀରେ ଏଭଳି ୬ଟି ବସ୍‌ ଚିହ୍ନଟ କରାଯାଇଛି। ସେମାନଙ୍କ ନିକଟରୁ ପରିବହନ ବିଭାଗ ପକ୍ଷରୁ ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି।