ନୂଆପଡ଼ା: ନୂଆପଡ଼ା ଥାନା ଲୁକୁପାଲି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଲଖନା ଗାଁର ମନିଷ ଜୈନ(୩୬)। ମନିଷ ଖରିଆର ରୋଡ଼ ସହରରେ ଏକ ଦୋକାନ ଦେଇଥିଲେ। ସୋମବାର ରାତି ପ୍ରାୟ ୮ଟାରେ ମନିଷ ଦୋକାନ ବନ୍ଦ କରି ଘରକୁ ନିଜ ବାଇକରେ ଫେରୁଥିଲେ। ଲୁକୁପାଲି ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ମନିଷଙ୍କ ମୁଣ୍ତରେ ଗଭୀର କ୍ଷତ ଲାଗିବାରୁ ଗୁରୁତର ହୋଇଥିଲେ। ଖବର ପାଇ ନୂଆପଡ଼ା ଥାନା ଏସ୍ଆଇ ଜ୍ୟୋତିରଂଜନ ସେନାପତି ଓ ଗୃହରକ୍ଷୀ ଶରତ ହଂସ ଘଟଣାସ୍ଥଳରେ ପହଂଚି ତାଙ୍କୁ ଆମ୍ବୁଲାନ୍ସରେ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମନିଷଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ତଦନ୍ତ ଚଳାଇଛି। ମଙ୍ଗଳବାର ଦିନ ବ୍ୟବଚ୍ଛେଦ କରି ପରିବାରଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ସୂଚନା।
ଅଜଣା ଗାଡ଼ି ଧକ୍କାରେ ଯୁବ ବ୍ୟବସାୟୀ ମୃତ
/sambad/media/post_attachments/wp-content/uploads/2023/08/accident.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)