କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥନା ଅଧୀନ ଶିକରପାଇ ଗାଁର ଜଣେ ବ୍ୟବସାୟୀଙ୍କ ଘରେ ବଡ଼ଧରଣର ଚୋରି ହୋଇଛି। ଅନ୍ଧାର ରାତିର ସୁଯୋଗ ନେଇ ଡକାୟତମାନେ ଦୁଇ ଜଣ ମହିଳାଙ୍କୁ ନିଶା ଦ୍ରବ୍ୟ ସୁଘାଇ ଦେଇ ଏହି ଲୁଟ୍ କାମ କରିଛନ୍ତି। ଦୁର୍ବୃତ୍ତମାନେ ୪୦ ଭରି (୪୦୦ ଗ୍ରାମ୍) ସୁନା, ୨୦ଭରି ରୁପା ସମେତ ପ୍ରାୟ ଏକ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଶିକରପାଇ ଗାଁର ମୂଖ୍ୟ ସଡ଼କରେ ରହୁଥିବା ବ୍ୟବସାୟୀ ଲାଡ଼ି ୱାସୁଙ୍କ ଘରେ ଚୋରମାନେ କଳାକନା ବୁଲାଇଛନ୍ତି। ବ୍ୟବସାୟୀ ଜଣକ କହିଛନ୍ତି ଯେ, ଘଟଣା ରାତିରେ ସେ ଘରେ ନଥିଲେ। ତାଙ୍କ ସ୍ତ୍ରୀ ଓ ଶାଶୂ ଶୋଇଥିଲେ। ଏହାର ସୁଯୋଗ ନେଇ ଚୋରମାନେ ବାଡ଼ି ପଟ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ସ୍ତ୍ରୀ ଓ ଶାଶୂଙ୍କ ଶରୀର ଉପରେ ନିଦ୍ରା ଔଷଧ ସ୍ପ୍ରେ କରିଥିଲେ। ଏହା ପରେ ଆଲମାରୀ ଭାଙ୍ଗି ସୁନା ଓ ରୁପା ପ୍ରାୟ ଏକ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।
/sambad/media/post_attachments/wp-content/uploads/2023/12/754fca0a-5f8b-4502-b84b-eb03c7e5044a.jpeg)
ତେବେ ଲୁଟ୍ ଘଟଣା ଘଟିବାର କିଛି ଘଣ୍ଟା ପରେ ମା-ଝିଅ (ବ୍ୟବସାୟୀଙ୍କ ସ୍ତ୍ରୀ ଓ ଶାଶୂ) ନିଦରୁ ଉଠି ଦେଖିଲା ବେଳକୁ ଘରର ଜିନିଷପତ୍ର ଏଣେତେଣେ ପଡ଼ିଥିଲା। ଆଲମାରି ଭଙ୍ଗାଯାଇଥିଲା। ଆଲମାରିରେ ଥିବା ସୁନା, ରୁପା ଓ ନଗଦ ଟଙ୍କା ନଥିଲା। ବ୍ୟବସାୟୀ ଜଣକ ସକାଳୁ ଘରକୁ ଆସି ଦେଖିଲା ପରେ ଘଟଣା ସଂପର୍କରେ ଅବଗତ ହେଲେ। ଏନେଇ ସେ ଶ୍ରୀ ୱାସୁ ଥାନାରେ ଅଭିଯୋଗ କରିଛନ୍ତି। ମାମଲା ରୁଜୁ କରି ପୁଲିସ ସନ୍ଧନି କୁକୁର ସହିତ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/2623a7b9-e03b-42c3-8dc5-62100bf3c67b.jpeg)