ଜାଣନ୍ତୁ ଆସନ୍ତାକାଲି ଠାରୁ କେଉଁ ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲା ରହିବ

ବ୍ୟାଙ୍କିଂ ସେବା ଜାରି ରହିବ

ଭୁବନେଶ୍ବର : ମେ ମାସ ୩ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସାରା ଦେଶରେ ଲକ୍ ଡାଉନ୍ ତାଲାବନ୍ଦ ଜାରି ରହିବ। ଚଳିତମାସ ୨୦ ତାରିଖରୁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ଅଞ୍ଚଳ ଓ ରାଜ୍ୟମାନଙ୍କରେ ଯାତାୟତ ଉପରେ କିଛିଟା କଟକଣା କୋହଳ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗର ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛି। ଏହି ଅନୁସାରେ ଆସନ୍ତୁ ଜାଣିବା କେଉଁ ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲା ରହିବ।

-ପିଡିଏସ୍‌ ରାସନ୍‌ ଦୋକାନ, ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ତେଜରାତି ଦୋକାନ, ଫଳ ଦୋକାନ, ଦୁଗ୍ଧ ଓ ଦୁଗ୍ଧଜାତୀୟ ଜିନିଷ ବିକ୍ରି, ମାଛ ଓ ମାଂସ, ପ୍ରାଣୀ ଖାଦ୍ୟ, ଗୋଖାଦ୍ୟ, ସାର, କୀଟନାଶକ ସାମଗ୍ରୀର ପରିବହନ, ଭଣ୍ଡାର ଓ ବିକ୍ରି ହେବ। ଏଥିପାଇଁ ଲୋକଙ୍କ ଯିବାଆସିବା ଦୂର କରିବାକୁ ଜିଲ୍ଲା ପ୍ରଶାସନ ଘରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିପାରିବେ।
-ଢାବା ଓ ଖାଦ୍ୟ ପ୍ରସ୍ତୁତ କରୁଥିବା ହୋଟେଲ୍‌ଗୁଡ଼ିକ ଘରକୁ ଖାଦ୍ୟ ପାର୍ସଲ୍‌ ଦେବେ। କୌଣସି ବି ପରିସ୍ଥିତିରେ ଢାବା ଓ ହୋଟେଲ୍‌ରେ ଲୋକେ ଖାଇବେ ନାହିଁ
-ଅନ୍‌ଲାଇନ୍‌ ଇ-ମାର୍କେଟ୍‌ ସଂସ୍ଥା ଆମାଜନ୍‌, ଫ୍ଲିପ୍‌କାର୍ଟ, ବ୍ଲୁ ଡାର୍ଟ କୋରିୟର, ଡିଟିଡିସି, ବିଗ୍‌ ବାସ୍କେଟ୍‌, ଗ୍ରୋଫର୍ସ, ଅର୍ବାନ୍‌ କ୍ଲାପ୍‌, ଜୋମାଟୋ, ମିନ୍ତ୍ରା, ସ୍ବିଗି, କେଏଫ୍‌ସି, ପିଜା ହଟ୍‌, ଡୋମିନସ୍‌, ଉବେର୍‌ ଇଟ୍‌ସ୍‌ ଆଦି ସଂସ୍ଥା ଲୋକଙ୍କୁ ଘରେ ଜିନିଷ ପହଞ୍ଚାଇପାରିବେ
-ଇ-କର୍ମର୍ସ ବ୍ୟବସ୍ଥାରେ ବି ସାମଗ୍ରୀ ଘରେ ଯୋଗାଇଦିଆଯିବ
-ତେଜରାତି ଜିନିଷ ଯୋଗାଉଥିବା ବିଗ୍‌ ବଜାର, ରିଲାୟେନ୍‌ସ୍‌ ଫ୍ରେସ୍‌, ଓମ୍‌ଫେଡ୍‌, ଓପୋଲେଫେଡ୍‌, ଚିଲିକା ଫ୍ରେସ୍‌, ସ୍ପେନ୍‌ସର୍ସ୍‌ ଭଳି ସଂସ୍ଥାମାନେ ଘରେ ଜିନିଷ ପହଞ୍ଚାଇପାରିବେ
-ଖୋର୍ଦ୍ଧା, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଟକ, ପୁରୀ, ଯାଜପୁର, କଳାହାଣ୍ଡି ଏବଂ ଢେଙ୍କାନାଳ ସହରରେ ବ୍ୟାଙ୍କ ଓ ଇନ୍‌ସୁରାନ୍‌ସ୍‌ କମ୍ପାନିମାନେ ସେମାନଙ୍କ ଅଫିସରେ ୫୦% କର୍ମଚାରୀ ନିୟୋଜିତ କରିପାରିବେ

Image Source: News

-ସମସ୍ତ ମୁଦ୍ରିତ ଓ ବୈଦୁତିକ ଗଣମାଧ୍ୟମ ବି ଚାଲୁ ରହିବ
-ଡାଟା କଲ୍‌ ସେଣ୍ଟର ସହିତ ସମସ୍ତ ଆଇଟି, ଆଇଟି ସମ୍ବନ୍ଧୀୟ ସେବା ଚାଲୁ ରହିବ
-ଟେଲିକମ୍ୟୁନିକେସନ୍‌, ଇଣ୍ଟରନେଟ୍‌ ସେବା, ଡିଟିଏଚ୍‌ ସେବା ପ୍ରଦାନକାରୀ ଅଫିସ୍‌ ଖୋଲା ରହିବ
-ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ଜନ ସେବା କେନ୍ଦ୍ରଗୁଡ଼ିକ ବି ଖୋଲା ହେବ
-ଶୀତଳଭଣ୍ଡାର, ସାଧାରଣ ଭଣ୍ଡାର ଗୃହ ସମେତ ବନ୍ଦର, ରେଳଷ୍ଟେସନ୍‌ରେ ଭଣ୍ଡାର, କଣ୍ଟେନର୍‌ ଡିପୋ, ବ୍ୟକ୍ତିଗତ ୟୁନିଟ୍‌ ଓ ଅନ୍ୟାନ୍ୟ ଷ୍ଟୋର ହାଉସଗୁଡ଼ିକ ଖୋଲା ରହିବ
-ନିରାପତ୍ତା ସେବା ଯୋଗାଉଥିବା ଘରୋଇ ସୁରକ୍ଷା ସଂସ୍ଥା ଓ ଆବାସିକ ରକ୍ଷଣାବେକ୍ଷଣ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକ କାର୍ଯ୍ୟ କରିବେ
-ତାଲାବନ୍ଦ ଯୋଗୁଁ ବାହାର ଦେଶ ଓ ବାହାର ରାଜ୍ୟର ପର୍ଯ୍ୟଟକମାନଙ୍କୁ ରଖିଥିବା ହୋଟେଲ୍‌ଗୁଡ଼ିକ ଖୋଲା ହେବ
-ପାଇପ୍‌ ମିସ୍ତ୍ରୀ, ଇଲେକ୍ଟ୍ରିସିଆନ୍‌, ବୈଦୁତିକ ମରାମତି, ମୋବାଇଲ୍‌ ମରାମତି, ଏୟାର କୁଲର୍‌, ଓ୍ବାଟର୍‌ ପିଉରିଫାୟର୍‌, ଏୟାର୍‌ କଣ୍ଡିସନର୍‌ ଓ କମ୍ପ୍ୟୁଟର୍‌ ପାର୍ଟସ୍‌ ବିକ୍ରି କରୁଥିବା ଦୋକାନଗୁଡ଼ିକ ଖୋଲା ହେବ
-ସିମେଣ୍ଟ, ଛଡ଼, ଚିପ୍‌ସ୍‌ ଭଳି ନିର୍ମାଣ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ବି ଖୋଲା ରହିବ
-ଟ୍ରକ୍‌ ମରାମତି ଗ୍ୟାରେଜ୍‌, ଜାତୀୟ ରାଜପଥରେ ଢାବାଗୁଡ଼ିକ ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟ କରିବେ

ବ୍ୟାଙ୍କିଂ ସେବା ଜାରି ରହିବ
-ଆରବିଆଇ ନିୟନ୍ତ୍ରିତ ଆର୍ଥିକ ସଂସ୍ଥା ଏନ୍‌ପିସିଆଇ, ସିସିଆଇଏଲ୍‌ ଦ୍ବାରା ଅର୍ଥ ପଇଠ ବ୍ୟବସ୍ଥା ଜାରି ରହିବ
-ଏଟିଏମ୍‌, ବ୍ୟାଙ୍କିଂ ସେବାରେ ନିୟୋଜିତ ଆଇଟି ଭେଣ୍ଡର୍‌ସ୍‌, ବିଜିନେସ୍‌ କଲେଜ୍‌ପଣ୍ଡେଣ୍ଟ୍‌, ଏଟିଏମ୍‌ ଅପରେଟର୍‌ସ୍‌ ଓ ନଗଦ ପରିଚାଳନା କରୁଥିବା ଏଜେନ୍‌ସିଜ୍‌ଗୁଡ଼ିକ କାର୍ଯ୍ୟ କରିବେ
-ବ୍ୟାଙ୍କିଂ ସେବା ଚାଲୁ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବେ
-ଆଇଆର୍‌ଡିଏ ଅଧୀନରେ ଥିବା ଇନ୍‌ସୁରାନ୍‌ସ କମ୍ପାନିଗୁଡ଼ିକ ଖୋଲା ରହିବ
-ସେହିପରି ସିକ୍ୟୁରିଟିଡ୍‌ ଆଣ୍ଡ୍‌ ଏକ୍‌ସ୍‌ଚେଞ୍ଜ୍‌ ବୋର୍ଡ଼ ଅଫ୍‌ ଇଣ୍ଡିଆ (ସେବି) ବିଜ୍ଞପ୍ତି ପ୍ରକାଶ କରିଥିବା ଅର୍ଥ ଲଗାଣକାରୀ ସଂସ୍ଥାଗୁଡ଼ିକ ମଧ୍ୟ କାର୍ଯ୍ୟ କରିବେ
-ଅଣବ୍ୟାଙ୍କିଂ ସଂସ୍ଥା ଯେପରିକି ଗୃହ ଋଣ ଯୋଗାଣ ସଂସ୍ଥା ଓ ମାଇକ୍ରୋ ଫାଇନାନ୍‌ସ ସଂସ୍ଥାଗୁଡ଼ିକ ଖୁବ୍ କମ୍ କର୍ମଚାରୀରେ ଅଫିସ ଚଳାଇବେ।
-କୋ-ଅପରେଟିଭ୍‌ କ୍ରେଡିଟ୍‌ ସୋସାଇଟିଗୁଡ଼ିକ ଖୋଲା ରହିବ

ସମ୍ବନ୍ଧିତ ଖବର