ଠକେଇ ମାମଲାରେ ବ୍ୟବସାୟୀ ଗିରଫ

ହରିପୁର : କୁଆଖିଆ ଥାନା ଅନ୍ତର୍ଗତ ହରିପୁର ହାଟର ଜଣେ ଯୁବବ୍ୟବସାୟୀଙ୍କୁ ଠକେଇ ମାମଲାରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ହରିପୁର ହାଟରେ ଏକ ଭେରାଇଟି‌ ଷ୍ଟୋର କରିଥିବା ନରସିଂହପୁର ପଞ୍ଚାୟତ ଗୌରଶାମପାଟଣା ଗ୍ରାମର ଶ୍ୟାମ ପାତ୍ରଙ୍କ ପୁଅ ସଞ୍ଜିବ(୩୦) ଭୁବନେଶ୍ବରର ଜଣେ ବ୍ୟବସାୟୀଙ୍କଠାରୁ ଜିନିଷ ଆଣିଥିଲେ। ହେଲେ ଦୀର୍ଘଦିନ ହେଲା ପଇସା ଦେଇନଥିଲେ। ବାରମ୍ବାର ଠକିବା ଫଳରେ ଉକ୍ତ ବ୍ୟବସାୟୀ ଜଣକ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ। କୁଆଖିଆ ଥାନା ଏସ୍‌ଆଇ ପ୍ରଶାନ୍ତ କୁମାର ଦାଶ ଅଭିଯୋଗ ଆଧାରରେ ଏକ ମାମଲା ୯୩/୨୧ ରୁଜୁ କରି ଅନୁସନ୍ଧାନ ଜାରି ରଖିଥିଲେ। ଏହି ଘଟଣାରେ ଅଭିଯୁକ୍ତ ସଞ୍ଜିବକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର