ଟ୍ରେନ୍ ଆଗକୁ ଡେଇଁ ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା

ରାଉରକେଲା: ବନ୍ଧମୁଣ୍ଡା କେ କ୍ୟାବିନ ନିକଟରେ ମାଲଗାଡ଼ି ଆଗକୁ ଡେଇଁ ଜଣେ ଯୁବ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତିl ମୃତ ଯୁବକ ଜଣଙ୍କ ହେଲେ ବନ୍ଧମୁଣ୍ଡା ଶୀତଳନଗରର ଅବଧେଶ ଯଶଓ୍ବାଲ୍l ରେଳବାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛିl

ମିଳିଥିବା ସୂଚନା ମୁତାବକ କିଛି ଦିନ ହେବ ଅବଧେଶଙ୍କ ଦେହ ଖରାପ ରହୁଥିଲାl ବରମ୍ବାର ଡାକ୍ତରଖାନା ଯାଉଥିଲେ ମଧ୍ୟ ଦେହ ଭଲ ହେଉ ନ ଥିଲାl ସେ ଆଜି ସକାଳେ କେ କ୍ୟାବିନ ନିକଟରେ ପହଞ୍ଚିଥିଲେl ସେଠାରେ ଚା’, ଜଳଖିଆ ଖାଇଥିଲେl ପରେ ଟ୍ରେନ ଲାଇନ ଆଡ଼କୁ ଯାଇଥିଲେl ସେହି ସମୟରେ ଅବଧେଶ ଏକ ମାଲଗାଡ଼ି ଆଗକୁ ଡେଇଁ ପଡ଼ିଥିଲେl

ସମ୍ବନ୍ଧିତ ଖବର