ଧର୍ମଶାଳା: ଧର୍ମଶାଳା ଥାନା ଜାରକା ନିକଟ ଗୋକର୍ଣ୍ଣେଶ୍ବର ମନ୍ଦିର ସମ୍ମୁଖ ୧୬ନମ୍ବର ଜାତୀୟ ରାଜପଥରେ ଆଜି ରାତି ପ୍ରାୟ ୮ଟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଯାଜପୁର ସଦର ଥାନା ଅର୍ଥଙ୍ଗା ପଞ୍ଚାୟତ ଅଳପୁଆ ଗ୍ରାମର ବେଣୁଧର ମଲିକ(୫୪)।

Advertisment

ସେ ଲୁନାରେ ଘରକୁ ଫେରୁଥିବା ବେଳେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇଥିଲା। ସେ ରାସ୍ତାରେ ଛିଟିକି ପଡ଼ିଥିଲେ। ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ଲୁନା ଓ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି।