ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ମାମଲା ରୁଜୁ

ଆନନ୍ଦପୁର : ଘସିପୁରା ଥାନା କନ୍ତୋ ନିକଟରୁ ଜଣେ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ହାଟଡିହି ବ୍ଲକ୍‌ ମୁଗୁପୁର ଅଞ୍ଚଳର ବ୍ୟବସାୟୀ ଦୀପ୍ତିରଂଜନ ସାହୁ ୧ ତାରିଖରେ କାର୍‌ରେ ଯାଉଥିବାବେଳେ କନ୍ତୋ ନିକଟରେ କିଛି ବ୍ୟକ୍ତି ତାଙ୍କୁ ଅପହରଣ କରି ଭଦ୍ରକ ନେଇ ଯାଇଥିଲେ। ପରେ କାର୍‌ ରଖି ତାଙ୍କୁ ଛାଡ଼ି ଦେଇଥିଲେ। ସେଠାରୁ ମୁକୁଳିବା ପରେ ଦୀପ୍ତିରଂଜନ ଥାନାରେ ଏତଲା ଦେଇଥିଲେ। ବ୍ୟବସାୟିକ ଟଙ୍କା ନେଣଦେଣରୁ ଏଭଳି ଘଟଣା ଘଟିଥିବା ପୁଲିସ କହିଛନ୍ତି। ଏନେଇ କେସ୍‌ ନମ୍ବର ୨୧/୨୦୨୨ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଶ୍ୟାମଘନ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର