ବ୍ୟବସାୟୀଙ୍କ ପତ୍ତା ମିଳୁନି, ସମାଜର ତାଗିଦ୍‌ରେ ସ୍ତ୍ରୀ ସାଜିଲେ ବିଧବା

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ସାମସିଙ୍ଗା ଗ୍ରାମର ତେଜରାତି ଦୋକାନୀ ଭୀମସେନ ପ୍ରଧାନ ଗତ ୨୧ ତାରିଖ ଦିନ ପାଣିରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ୯ ଦିନ ପରେ ବି ତାଙ୍କର କୌଣସି ସନ୍ଧାନ ମିଳୁ ନଥିବା ବେଳେ ଜାତି ସମାଜର ତାଗିଦ ପରେ ଶୁଦ୍ଧିକ୍ରିୟା ପାଇଁ ପରିବାର ଲୋକେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

India TV News

ପ୍ରାପ୍ତ ସୂଚନାନୁସାରେ ଭୀମସେନ ଗତ ୨୧ ତାରିଖ ଦିନ ନିଜ ସାଇକଲରେ ଜାଲ ନେଇ ନିକଟସ୍ଥ ଗଡ଼ଗଡ଼ି ଯୋରକୁ ମାଛ ମାରିବାକୁ ଯାଇଥିଲେ। ତେବେ ଦୁର୍ଭାଗ୍ୟବଶତଃ ସେ ସେଠାରେ ପାଣିରେ ଭାସି ଯାଇଥିଲେ। ଗ୍ରାମବାସୀ ଓ ପରିବାର ଲୋକଙ୍କ ସହ ପୁଲିସ୍ ବହୁ ଖୋଜାଖୋଜି କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ। ତେଣେ ଗାଁରେ ଏହାକୁ ନେଇ ଦେଖାଦେଇଛି ଅଭାବନୀୟ ପରିସ୍ଥିତି। ଜାତି ସମାଜର ତାଗିଦ ଯୋଗୁଁ ସୋମବାର ଭୀମସେନଙ୍କ ପତ୍ନୀଙ୍କୁ ବିଧବା ସାଜିବାକୁ ପଡ଼ିଛି। ରୀତି ନୀତି ଅନୁସାରେ ଆଜି ଗାଁର ମହିଳାମାନେ ତାଙ୍କ ହାତରୁ ଚୁଡ଼ି ଭାଙ୍ଗି, ମଥାରୁ ସିନ୍ଦୂର ପୋଛି ବିଧବା ବେଶ କରିଥିବା ବେଳେ ତେଣେ ସ୍ବାମୀଙ୍କ ବାଟକୁ ଚାହିଁ ବସିଥିବା ପତ୍ନୀ ମଧ୍ୟ ଭାରସାମ୍ୟ ହରାଇ ବସିଛନ୍ତି। ପୁଣି ସେହି ଜାତି ସାମଜର ତାଗିଦରେ ଶୁଦ୍ଧିକ୍ରିୟା କରିବାକୁ ପରିବାର ଲୋକେ ପ୍ରସ୍ତୁତ ହେଉଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର