ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ଝାରସଗୁଡ଼ାର ପରିସରରେ ନୂଆ ବଟରଫ୍ଲାଏ ପାର୍କ ପ୍ରତିଷ୍ଠା କରିଛି। ଏହି ପାର୍କରେ ଉଦ୍ଭିଦ ପ୍ରଜାତିର ୧୦୦ରୁ ଅଧିକ ଯତ୍ନ ପାଇଁ ମନୋନୀତ କରାଯାଇଛି ଯାହା ୩୦ରୁ ଅଧିକ ବିରଳ ତଥା ସୂକ୍ଷ୍ମ ପ୍ରଜାତିଙ୍କୁ ଆକର୍ଷିତ କରିବ। ପ୍ରଜାପତିଙ୍କ ପାଇଁ ସ୍ଥାନୀୟ ଉଦ୍ଭିଦ ଓ ଜୀବଜନ୍ତୁଙ୍କ ପାଇଁ ବିରଳ ଫୁଲ ଗଛ, ପକ୍ଷୀ, ମହୁମାଛି ପ୍ରଭୃତିଙ୍କ ସାରୋହରେ ଏକ ଇକୋ ପରିବେଶ ସୃଷ୍ଟି ହୋଇ ପାରିବ। ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାର ପରିବେଶ ପାଇଁ ଏହା ପ୍ରସ୍ତୁତ କରାଯାଇଛି ।

Advertisment

ବେଦାନ୍ତ ଆଲୁମିନିୟମ ଦୃଢ ଭାବରେ ବିଶ୍ୱାସ କରେଯେ ଜୈବ ବିବିଧତାର ବିକାଶ ପରିବେଶ, ସମାଜ ଓ ଶାସନ ଉପରେ ପ୍ରଭାବ ପକାଇବ। ଏହାର ଉତ୍କର୍ଷତା ଓ ଜାତି ସଂଘର ଲକ୍ଷ୍ୟ ହାସଲ ପାଇଁ କମ୍ପାନି ପ୍ରତିବଦ୍ଧ ରହିଛି । ଭାରତ ସରକାରଙ୍କ ଉଦ୍ୟମ ଜୀବନ ଶୈଳୀ ପାଇଁ ପରିବେଶ- ଲାଇଫର ନୀତି ପାଳନ କରି କମ୍ପାନି ତାର କାର୍ଯ୍ୟକଳାପରେ ଜୈବ ବିବିଧତାର ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିଛି । ଏହା ଦ୍ୱାରା ବିଲୁପ୍ତ ପ୍ରାୟ ପ୍ରଜାତିର ବାସସ୍ଥାନର ପୁନରୁଦ୍ଧାର ଓ ସଂରକ୍ଷଣ ହୋଇପାରିବ। ବଟରଫ୍ଲାଏ ପାର୍କ ପରି ପଦକ୍ଷେପ ମାଧ୍ୟମରେ ବେଦାନ୍ତ ମଧ୍ୟ ମିଳିତ ଜାତି ସଂଘ ଆଭିମୁଖ୍ୟ ପ୍ରତି ଅବଦାନ ଯୋଗାଉଛି।

ଏହି ଅବସରରେ ଉଦବୋଧନ ଦେଇ  ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ସିଇଓ ସୁନୀଲ ଗୁପ୍ତା କହିଛନ୍ତି ଯେ- ବେଦାନ୍ତ ଆଲୁମିନିୟମରେ ଆମେ ବିଶ୍ୱାସ କରୁ ଯେ ପରିବେଶର ସ୍ଥିରତା ପାଇଁ ଜୈବ ବିବିଧତା ପ୍ରତିପାଦନ କରିବା ଜରୁରୀ । ସ୍ଥାନୀୟ ଉଦ୍ଭିଦ ଓ ଜିବଜନ୍ତୁଙ୍କ ସଂରକ୍ଷଣ ପାଇଁ ସ୍ଥାନୀୟ ଗୋଷ୍ଠୀ ସହାୟତାରେ ଆମର ପରିବେଶ ପରିଚାଳନା ଦାୟିତ୍ୱ ଆହୁରି ମଜବୁତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ବଟରପାର୍କର ପ୍ରତିଷ୍ଠା କରି ଆମେ ଆମେ ପରିବେଶର ବିକାଶ ଓ ଭବିଷ୍ୟତ ଲାଗି ଏକ ସବୁଜ ତଥା ସ୍ଥାୟୀ ପରିବେଶ ଗଠନରେ ସହାୟକ ହେବୁ ।

ବିଶ୍ୱ ପରିବେଶ ସପ୍ତାହ ଓ ଜୈବ ବିବିଧତା ସପ୍ତାହର ଏକ ଅଂଶ ଭାବରେ କମ୍ପାନି ଏହାର ବାର୍ଷିକ ଆଭିମୁଖ୍ୟରେ ଏହାର ଚାଲୁ ରହିଥିବା ଗ୍ରୀନ ହାର୍ଟସ ଅଭିଯାନରେ ଏହି ପଦକ୍ଷେପ ଗ୍ରହଣ କରିଛି:

-ଝାରସୁଗୁଡ଼ାରେ ରୋଟାରି କ୍ଲବ ସହିତ ମିଶି ସହରରେ ସ୍ୱଛତା ଅଭିଯାନ।
-ଝାରସୁଗୁଡ଼ାର ଏକ ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟ ଆଶା କିରଣରେ ଆୟୋଜିତ ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ସଚେତନତା କାର୍ଯ୍ୟକ୍ରମରେ ଉତ୍ସାହ ସୃଷ୍ଟି।
-ଦୁର୍ବଳ ପ୍ରଜାତିର କ୍ଲୋରୋସ୍କିଲନ ସୁଇଟେନିଆର ବୃକ୍ଷ ରୋପଣ ଅଭିଯାନ।
-କର୍ମଚାରୀଙ୍କ ମଧ୍ୟରେ ଏକ ସ୍ୱଛ ଓ ସବୁଜ ପରିବେଶ ସୃଷ୍ଟି ପାଇଁ ସେମାନଙ୍କ ପ୍ରତବିଦ୍ଧତାକୁ ଦର୍ଶାଇ ସାଇକେଲ ରାଲି ଓ ୱାକାଥନ କାର୍ଯ୍ୟକ୍ରମ।
-ଡ୍ରାମା ଓ କାହାଣୀରେ ଜଡ଼ିତ ମାଧ୍ୟମ ଜରିଆରେ କ୍ଷତିକାରକ ପ୍ରଭାବ ସଂପର୍କରେ ସଚେତନତା।
-ପରିବେଶ ଉପଯୋଗୀ ବିଷୟକୁ ନେଇ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ଫ୍ୟାନସି ଡ୍ରେସ ପ୍ରତିଯୋଗିତା।

ସ୍ଥାନୀୟ ଗୋଷ୍ଠୀ ସହିତ ମିଶି ବେଦାନ୍ତ ଆଲୁମିନିୟମ ସଫଳତାର ସହ ବହୁ ସଂଖ୍ୟକ ବୃକ୍ଷ ରୋପଣ କରିଛି ଓ ପରିବେଶକୁ ସବୁଜ ସୁନ୍ଦର କରିବା ସହ କାର୍ବନ ସିଙ୍କ ସୃଷ୍ଟି କରିଛି ।