ସୁନା କିଣିବା ମହଙ୍ଗା ପଡ଼ିଲା, ୨ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ଟାଉନ ଥାନା ପକ୍ଷରୁ ଦୁଇଟି ଲୁଟ୍‌ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୩ ଲୁଟେରା ଓ ୨ଜଣ ଚୋରି ସୁନା କିଣିଥିବା ବ୍ୟକ୍ତି ଅଛନ୍ତି। ଗତ ୨ ତାରିଖରେ ଦଲକିଠାରେ ଶାଶୂବୋହୂଙ୍କୁ ଛୁରି ଦେଖାଇ ସୁନା ଚେନ, କାନଫୁଲ ଓ ମୁଦି ଲୁଟ ହୋଇଥିଲା।

ସେହିପରି ଦେବାଡ଼ିହିଠାରେ ଗତ ମେ’ ୮ ତାରିଖରେ ଲୁଟେରାମାନେ ଅଗଣାରେ ଖାଉଥିବା ଏକ ପରିବାରକୁ ଭୟଭିତ କରି ସୁନା, ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ। ପୁଲିସ ଏହି ଲୁଟ୍‌ ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରି ସେମାନେ ଚୋରି କରିଥିବା ସୁନା ଓ କିଛି ଟଙ୍କା ଜବତ କରିଛନ୍ତି। ଚୋରି ସୁନାକୁ ତରଳାଇ ଦିଆଯାଇଛି। ପୁଲିସ ୨୪ ଗ୍ରାମ, ୨୧ ଗ୍ରାମ ଓ ୨୮ ଗ୍ରାମର ତିନୋଟି ସୁନା ମୁଣ୍ଡା ଜବତ କରିଛି। ଅଭିଯୁକ୍ତଙ୍କୁ ଗୁରୁବାର ଟିଆଇ ପରେଡ଼ କରାଯିବ ବୋଲି ଆଇଆଇସି ସାବିତ୍ରୀ ବଳ ଜଣାଇଛନ୍ତି।

ସମ୍ବନ୍ଧିତ ଖବର