ଭାପୁର: ଉପନିର୍ବାଚନରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ବିଜେଡି ବାଜିମାତ୍ କରିଛି । ପୁଣି ଥରେ ଅଧ୍ୟକ୍ଷା ପଦ ସାବିତ୍ରୀ ପ୍ରଧାନ ହାତେଇଛନ୍ତି। ଭାପୁର ବ୍ଲକ ଅଧ୍ୟକ୍ଷା ଭାବେ ସେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

Advertisment

ସାବିତ୍ରୀଙ୍କୁ ମୋଟ ୨୦ ଜଣଙ୍କ ମଧ୍ୟରୁ ୧୬ ଜଣ ସମିତି ସଭ୍ୟଙ୍କ ସମର୍ଥନ ରହିଥିଲା । ଅନ୍ୟ ୪ ଜଣ ସମିତିସଭ୍ୟ ଅନୁପସ୍ଥିତ ଥିଲେ । ଗତ ନିର୍ବାଚନରେ ସାବିତ୍ରୀ ପ୍ରଧାନ ବିଜେଡ଼ି ପକ୍ଷରୁ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଥିଲେ। ବିଜେଡ଼ି ଟିକେଟରେ ପ୍ରାର୍ଥୀ ହେବା ପରେ ସେ ବିଧିବଦ୍ଧ ଭାବେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।