ଜାନୁଆରି ଶେଷ ଯାଏ ଗଡ଼ିବ ପାର୍ବଣ ବିଶେଷ ଟ୍ରେନ୍‌

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡ଼ୁଥିବା ପାର୍ବଣ ବିଶେଷ ଟ୍ରେନଗୁଡିକର ଚଳାଚଳ ଅବଧିକୁ ୨୦୨୧ ଜାନୁଆରି ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବର୍ତ୍ତମାନ ୨୦ ଯୋଡ଼ା ପାର୍ବଣ ସ୍ବତନ୍ତ୍ର ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଯାତାୟାତ କରୁଛି। ଭୁବନେଶ୍ୱରରୁ ପ୍ରତି ବୁଧବାର ଓ ରବିବାର ଏବଂ ଆନନ୍ଦ ବିହାରରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଛାଡ଼ୁଥିବା ଭୁବନେଶ୍ୱର-ଆନନ୍ଦ ବିହାର ସ୍ବତନ୍ତ୍ର ଟ୍ରେନ୍‌(୦୨୮୧୯/୦୧୮୨୦) ଭୁବନେଶ୍ୱରରୁ ଜାନୁଆରି ୩୧ ଓ ଆନନ୍ଦବିହାରରୁ ଫେବ୍ରୁଆରି ୨ ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱରରୁ ପ୍ରତି ସୋମବାର ଓ ଗୁରୁବାର ଏବଂ ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସରୁ ପ୍ରତି ବୁଧବାର ଓ ଶନିବାର ଛାଡ଼ୁଥିବା ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସ(ଏଲ୍‌ଟିଟି) ଟ୍ରେନ(୦୨୮୮୦/୦୨୮୭୯) ଭୁବନେଶ୍ୱରରୁ ଜାନୁଆରି ୨୮ ଓ ଏଲଟିଟିରୁ ଜାନୁଆରି ୩୦ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ। ଭୁବନେଶ୍ୱର-ତିରୁପତି ସାପ୍ତାହିକ ସ୍ପେସାଲ୍ ଟ୍ରେନ୍‌(୦୮୪୭୯/୦୮୪୮୦) ପ୍ରତ୍ୟେକ ଶନିବାର ଭୁବନେଶ୍ୱରରୁ ଓ ପ୍ରତ୍ୟେକ ରବିବାର ତିରୁପତିରୁ ଜାନୁଆରି ୩୧ ଯାଏ ଚାଲିବ।

ଭୁବନେଶ୍ୱର-ଚେନ୍ନାଇ ସାପ୍ତାହିକ ସ୍ପେସାଲ(୦୨୮୩୯/୦୨୮୪୦) ଗୁରୁବାର ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଚେନ୍ନାଇରୁ ଜାନୁଆରି ୨୯ ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱର-ବେଙ୍ଗାଲୁରୁ କ୍ୟାଣ୍ଟ ସାପ୍ତାହିକ ସ୍ପେସାଲ (୦୨୮୪୫/୦୨୮୪୬) ରବିବାର ଭୁବନେଶ୍ୱରରୁ ଓ ପ୍ରତି ମଙ୍ଗଳବାର ବେଙ୍ଗାଲୁରୁ କ୍ୟାଣ୍ଟରୁ ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱର-ପୁଡୁଚେରୀ ସାପ୍ତାହିକ(୦୨୮୯୮/୦୨୮୯୭) ପ୍ରତି ମଙ୍ଗଳବାର ଭୁବନେଶ୍ୱରରୁ ଓ ପ୍ରତି ବୁଧବାର ପୁଡୁଚେରୀରୁ ଜାନୁୟାରୀ ୨୭ ଯାଏ ଚଳାଚଳ କରିବ। ଭୁବନେଶ୍ୱର-ରମେଶ୍ୱରମ୍‌

ସାପ୍ତାହିକ(୦୮୪୯୬/୦୮୪୯୫) ଶୁକ୍ରବାର ଭୁବନେଶ୍ୱରରୁ ଓ ପ୍ରତି ରବିବାରରେ ରମେଶ୍ୱରାମରୁ ଜାନୁଆରି ୩୧ ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁର-ହାଓଡ଼ା ସାପ୍ତାହିକ(୦୮୩୦୬/୦୮୩୦୫) ସମ୍ବଲପୁରରୁ ପ୍ରତି ଶୁକ୍ରବାର ଓ ହାଓଡ଼ାରୁ ପ୍ରତି ଶନିବାର ଜାନୁଆରି ୩୦ ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁର-ମାଣ୍ଡୁଆଡିହ ଦ୍ୱି-ସାପ୍ତାହିକ ସ୍ପେସାଲ(୦୮୩୧୧/୦୮୩୧୨) ପ୍ରତି ବୁଧବାର ଓ ରବିବାର ସମ୍ବଲପୁରରୁ ଏବଂ ପ୍ରତି ସୋମବାର ଓ ଗୁରୁବାର ମାଣ୍ଡୁଆଡିହରୁ ଜାନୁଆରି ୨୮ ପର୍ଯ୍ୟନ୍ତ ଚାଲିବ। ପୁରୀ-ପାଟଣା ସ୍ପେସାଲ(୦୮୪୪୯/୦୮୪୫୦) ପ୍ରତ୍ୟେକ ସୋମବାର ପୁରୀରୁ ଓ ପ୍ରତି ବୁଧବାର ପାଟନାରୁ ଜାନୁଆରି ୨୭ ଯାଏ ଚାଲିବ। ପୁରୀ-ଜୟନଗର ସ୍ପେସାଲ(୦୮୪୧୯/୦୮୪୨୦) ଗୁରୁବାର ପୁରୀରୁ ଏବଂ ପ୍ରତି ଶନିବାର ଜୟନଗରରୁ ଜାନୁଆରି ୩୦ ପର୍ଯ୍ୟନ୍ତ ଗଡ଼ିବ। ପୁରୀ-ସୁରତ ଟ୍ରେନ(୦୨୮୨୭/୦୨୮୨୮) ପ୍ରତି ରବିବାର ପୁରୀରୁ ଏବଂ ପ୍ରତି ମଙ୍ଗଳବାର ସୁରତରୁ ଫେବ୍ରୁଆରି ୨ ପର୍ଯ୍ୟନ୍ତ ଚଳାଚଳ କରିବ। ପୁରୀ-ଏଲ୍‌ଟିଟି ସାପ୍ତାହିକ ଟ୍ରେନ(୦୨୮୬୬/୦୨୮୬୫) ପ୍ରତି ମଙ୍ଗଳବାର ପୁରୀରୁ ଓ ପ୍ରତି ଗୁରୁବାର ଏଲଟିଟିରୁ ଜାନୁଆରି ୨୮ ପର୍ଯ୍ୟନ୍ତ ଚାଲିବ। ପୁରୀ-ଚେନ୍ନାଇ ସ୍ପେସାଲ୍(୦୨୮୫୯/୦୨୮୬୦) ରବିବାର ପୁରୀରୁ ଏବଂ ସୋମବାର ଦିନ ଚେନ୍ନାଇରୁ ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ଚାଲିବ। ଏହାବ୍ୟତୀତ ବିଶାଖାପାଟଣାରୁ ଦେଶର ବିଭିନ୍ନ ସ୍ଥାନକୁ ଚଳାଚଳ କରୁଥିବା ବିଶେଷ ଟ୍ରେନ୍‌ଗୁଡ଼ିକ ଜାନୁଆରି ଶେଷ ପର୍ଯ୍ୟନ୍ତ ଚଳାଚଳ କରିବ।

ସମ୍ବନ୍ଧିତ ଖବର