ସ୍ବଚ୍ଛ ସର୍ବେକ୍ଷଣରେ ବ୍ୟାସନଗର ପ୍ରଥମ

ବ୍ୟାସନଗର: ସର୍ବଭାରତୀୟ ସ୍ଵଚ୍ଛ ସର୍ବେକ୍ଷଣ-୨୦୨୨ ଅନୁସାରେ କେନ୍ଦ୍ରୀୟ ପ୍ରତିନିଧି ଦଳର କ୍ଷେତ୍ର ପର୍ଯ୍ୟବେକ୍ଷଣରେ ବ୍ୟାସନଗର ସ୍ଵଚ୍ଛତା ତାଲିକାରେ ରାଜ୍ୟରେ ପ୍ରଥମ ହୋଇଛି। ଏହି ଟିମ୍‌ ୨୬ଟି ୱାର୍ଡର ଘରଘର ବୁଲି ସର୍ଭେ କରି ସରକାରଙ୍କୁ ରିପୋର୍ଟ ଦେଇଥିଲେ। ୨୫ ରୁ ୫୦ ହଜାର ଜନସଂଖ୍ୟାବଶିଷ୍ଟ ବିଭାଗରେ ଓଡ଼ିଶାରେ ବ୍ୟାସନଗର ପୌରପାଳିକା ୧ ନମ୍ବର ହୋଇଛି।

ପୂର୍ବାଞ୍ଚଳରେ ୧୪ ନମ୍ବର ସ୍ଥାନରେ ରହିଛି। ଯାଜପୁର ପୌରପାଳିକା ଓଡ଼ିଶାରେ ୯ ନମ୍ବର ସ୍ଥାନରେ ଥିବା ବେଳେ ପୂର୍ବାଞ୍ଚଳରେ ୨୯ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର