କରୋନା କଟକଣା ମାନି ପିପିଲି ଉପନିର୍ବାଚନ ହେବ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  ସୁଶିଳ କୁମାର ଲୋହାନୀ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କରୋନା କଟକଣା ମାନି ନିର୍ବାଚନରେ ସମସ୍ତ କାମ କରାଯିବ। ରୋଡ଼ ସୋ’, ସାଇକେଲ ରାଲି, ବାଇକ ରାଲିକୁ ବାରଣ ହୋଇଛି। ସେହିଭଳି ଦ୍ୱାରକୁ ଦ୍ୱାର ନିର୍ବାଚନ କ୍ୟାମ୍ପେନରେ ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ କର୍ମୀ ମତଦାତାଙ୍କ ପାଖକୁ ଯାଇପାରିବେ।

ତେବେ ସବୁଠାରୁ ବଡ କଥା ହେଉଛି ମତଦାନର ୭୨ ଘଣ୍ଟା ପୂର୍ବରୁ ବନ୍ଦ ହେବ ପ୍ରଚାର। ନିୟମ ଭାଙ୍ଗିଲେ ଷ୍ଟାର ପ୍ରଚାରକଙ୍କୁ ବାଦ ଦିଆଯିବ। ମତଦାନ ପୂର୍ବରୁ ଭୋଟରଙ୍କ ତାପମାତ୍ରା ମପାଯିବ। ଭୋଟ ବେଳେ ସାମିଲ ରହୁଥିବା ସମସ୍ତଙ୍କୁ ୨ ଡୋଜ୍‌ ଟିକା ନେବା ନିହାତି ଜରୁରୀ।

ସୂଚନାଯୋଗ୍ୟ, ଆସନ୍ତା ସେପ୍ଟେଟର ୩୦ ତାରିଖରେ ପିପିଲି ଉପ-ନିର୍ବାଚନ ପାଇଁ ମତଦାନ ହେବ। କରୋନା କାଳରେ ଉପନିର୍ବାଚନ ହେଉଥିବାରୁ ନିର୍ବାଚନ କମିସନର ଅନେକ କଟକଣା ଜାରି କରିଛନ୍ତି। ସେପ୍ଟେମ୍ବର ୨୦ ତାରିଖରୁ ନିର୍ବାଚନ ପ୍ରଚାର ପାଇଁ ଅନୁମତି ମିଳିଥିବା ବେଳେ ଆଜିଠାରୁ ଆଚରଣବିଧି ଲାଗୁ କରାଯାଇଛି। ସେହିଭଳି ନାମାଙ୍କନପତ୍ର ଦାଖଲ ସମୟରେ କୌଣସି ଶୋଭାଯାତ୍ରା ହୋଇପାରିବନି। ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରାର୍ଥୀଙ୍କ ସହ କେବଳ ୩ଟି ଗାଡିକୁ ଅନୁମତି ମିଳିବ।

ସମ୍ବନ୍ଧିତ ଖବର