ଏଲିମେଣ୍ଟାରି କ୍ୟାଡର ରୁଲ୍‌ର ପୁନର୍ବିନ୍ୟାସକୁ ସି.ଟି ଶିକ୍ଷକଙ୍କ ବିରୋଧ

ଭୁବନେଶ୍ୱର : ଏଲିମେଣ୍ଟାରି କ୍ୟାଡର ରୁଲର ପୁନର୍ବିନ୍ୟାସ କରି ସି.ଟି ଶିକ୍ଷକଙ୍କୁ ୨ଟି ପଦୋନ୍ନତିରୁ ବାଦ୍‌ ଦେବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରୁଛନ୍ତି। ଏହାକୁ ବିରୋଧ କରିଛି ନିଖିଳ ଉତ୍କଳ ସି.ଟି ପ୍ରାଥମିକ ଶିକ୍ଷକ ମହାସଂଘ। ମହାସଂଘର ସଭାପତି ପ୍ରଦୀପ କୁମାର ସାହୁ ଓ ସଂପାଦକ ମନୋଜ କୁମାର ସ୍ୱାଇଁ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ, ୧୯୯୭ ଏଲିମେଣ୍ଟାରି କ୍ୟାଡର ରୁଲ ପରିବର୍ତେ ୨୦୦୯ ବିଜ୍ଞପ୍ତିର ସଂଶୋଧନ, ୨୦୧୪ ବିଜ୍ଞପ୍ତିର ଧାରା ୨ ଉପଧାରା ୧୧କୁ ଉଚ୍ଛେଦ ନ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ରହିଛି। ମାତ୍ର ରାଜ୍ୟ ସରକାର ସି.ଟି ଶିକ୍ଷକଙ୍କୁ ବାଦ୍‌ ଦେଇ ଚତୁର୍ଥରୁ ଦ୍ୱିତୀୟ ବର୍ଗ ପର୍ଯ୍ୟନ୍ତ ପଦୋନ୍ନତି ପ୍ରକ୍ରିୟା ଚାଲୁ ରଖିବା ଓ ଏଲିମେଣ୍ଟାରି କ୍ୟାଡର୍‌ ରୁଲ୍‌ର ପୁନର୍ବିନ୍ୟାସ କରିବା ପ୍ରକ୍ରୟା ଆରମ୍ଭ କରିଥିବାରୁ ସି.ଟି ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ଏହାର ବିରୋଧରେ ଆଗାମୀ ଦିନରେ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର