ଳାବାଡ଼ିଆ: ବାଙ୍ଗିରିପୋଷି ବ୍ଲକ୍ କଳାବାଡ଼ିଆ ପଞ୍ଚାୟତ ଜଗନ୍ନାଥଖୁଣ୍ଟା (ପୁନାସିଆ) ଗ୍ରାମର ଯୁବଚାଷୀ ଅମୂଲ୍ୟ ପାତ୍ର ପରିବା ଚାଷ କରି ନିଜ ପରିବାର ପ୍ରତିପୋଷଣ କରନ୍ତି। ଚଳିତ ବର୍ଷ ବାଇଗଣ, ବିଲାତି, ବାଦାମ ଆଦି ଚାଷ କରିଥିଲେ ବି କୋବି ଚାଷକୁ ସର୍ବାଧିକ ଗୁରୁତ୍ବ ଦେଇଥିଲେ। ୩ ମାଣ ଜମିରେ ଫୁଲକୋବି ଓ ବନ୍ଧାକୋବି ଲଗାଇଥିଲେ ଅମୂଲ୍ୟ। ଫସଲ ଭଲ ହୋଇଥିବାରୁ ଚାଷ ବାବଦ ଖର୍ଚ୍ଚ ଯାଇ ଦୁଇ ପଇସା ଲାଭ ହେବ ବୋଲି ଅଶା ରଖିଥିଲେ।
ହେଲେ କୋବିର ଅଭାବି ବିକ୍ରି ତାଙ୍କ ଚିନ୍ତା ବଢ଼ାଇ ଦେଇଛି। ଗୋଟା ୫ ଟଙ୍କାରେ ବି ବିକ୍ରି ହେଉନି କୋବି। ଏବେ ୫ ହଜାର କୋବି କଣ କରିବେ ବୋଲି ସେ ହରଡ଼ଘଣାରେ ପଡ଼ିଛନ୍ତି। ବ୍ଲକ୍ରେ ଶୀତଳଭଣ୍ଡାର ବ୍ୟବସ୍ଥା ଥିଲେ ତାଙ୍କ ଭଳି ଚାଷୀମାନେ ନିଜ ଉତ୍ପାଦିତ ପରିବାକୁ କିଛି ଦିନ ସଂରକ୍ଷଣ କରି ରଖିବା ସହ ଚାହିଦା ବଢ଼ିଲେ ବିକ୍ରି କରିପାରନ୍ତେ। ହେଲେ ସରକାର ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ଶୀତଳଭଣ୍ଡାର ପ୍ରତିଷ୍ଠା କରୁନଥିବାରୁ ଚାଷୀମାନେ ଗୋଟିଏ ଗୋଟିଏ ଋତୁରେ ପ୍ରବଳ କ୍ଷତି ସହୁଥିବା କହିଛନ୍ତି ଅମୂଲ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/24-11.jpg)