ଜଳିଗଲା କ୍ୟାବିନ, ସାମଗ୍ରୀ ଛାରଖାର

ଧର୍ମଶାଳା : ଧର୍ମଶାଳା ତହସିଲ ବଡ଼କାଏମା ପଞ୍ଚାୟତ ବମ୍ପୁ ଗାଁ ଛକରେ ଥିବା ଏକ କ୍ୟାବିନ୍ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଜଳିଯାଇଛି। ନିକଟରେ କିଛି ଯୁବକ ଭୋଜି କରୁଥିବା ବେଳେ କ୍ୟାବିନ୍ ଜଳୁଥିବା ଦେଖିବାକୁ ପାଇଥିଲେ।

ଅଗ୍ନିକାଣ୍ଡରେ କ୍ୟାବିନ୍ ମାଲିକ ବମ୍ପୁ ଗ୍ରାମର ଦିଲୀପ ସାମଲ ଦୁଇଟି ସିଲେଇ ମେସିନ୍, ସୋକେଶ୍, ନୂଆ ପ୍ୟାଣ୍ଟସାର୍ଟ କପଡ଼ା, ସିଲେଇ ହୋଇଥିବା ପ୍ୟାଣ୍ଟସାର୍ଟ ଆଦି ଜଳିଯାଇଛି। ଏସମ୍ପର୍କରେ ଶ୍ରୀ ସାମଲ ଧର୍ମଶାଳା ତହସିଲ, ଥାନା ଓ ଚଣ୍ତିଖୋଲ ଅଗ୍ନଶମ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଆରଆଇ ପହଞ୍ଚି ଅଗ୍ନିକାଣ୍ତ ସଂପର୍କରେ ଅନୁଧ୍ୟାନ କରି ଫେରିଛନ୍ତି।

ସମ୍ବନ୍ଧିତ ଖବର