ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଅଧ୍ୟାଦେଶକୁୁ କ୍ୟାବିନେଟ୍‌ରେ ଅନୁମୋଦନ

ଭୁବନେଶ୍ବର: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ଲିଙ୍ଗରାଜ ମନ୍ଦିରର ସୁପରିଚାଳନା ଓ ସୁଶାସନକୁ ଗୁରୁତ୍ବ ଦିଆଯାଇଛି। ମନ୍ଦିର ସମ୍ପତ୍ତି ଓ ପରିସର ଏବଂ ବାହାରେ ଥିବା ମନ୍ଦିରକକୁ ଗୁୁରୁତ୍ବ ଦିଆଯାଇଛି। ମନ୍ଦିର ସଂପତ୍ତି ଓ ପରିସର ଏବଂ ବାହାରେ ଥିବା ମନ୍ଦିରକକୁ ଗୁରୁତ୍ବ ଦିଆଯାଇଛି। ପରିଚାଳନା ଦାୟିତ୍ବ ଏକ କମିଟିକୁ ନ୍ୟସ୍ତ କରିବାକୁ ଅନୁମତି। ଫଳରେ ମନ୍ଦିର କାର୍ଯ୍ୟ ଉତ୍ତମ ଓ ସଠିକ ପରିଚାଳନା ସମ୍ଭବ ହୋଇପାରିବ।। ତୀର୍ଥଯାତ୍ରୀ ଏବଂ ଉପାସକଙ୍କୁ ଉନ୍ନତ ସୁବିଧା ଯୋଗାଇ ହେବ। ମନ୍ଦିରର ସମ୍ପତ୍ତି ସୁୁରକ୍ଷିତ ରହିିବା ପାଇଁ କମିଟିକୁ ସଶକ୍ତ କରିବ। ଆଧ୍ୟାଦେଶ ମନ୍ଦିରର ସୁପରିଚାଳନା ପାଇଁ ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଜି ୨୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିରେ ଓଡିଶା ଇଲେକ୍ଟ୍ରୋନିକ୍ସ ନୀତି ମଧ୍ୟ ସାମିଲ ରହିଛି। ଓଡିଶାରେ ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ନୀତିକୁ ମଞ୍ଜୁରୀ ମିଳିଛି। ୨୦୨୬ ସୁଦ୍ଧା ଓଡିଶାକୁ ଇଲେକ୍ଟ୍ରୋନିକ୍ସ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ କରାଯାଇଛି। ସେହିଭଳି କୃଷକମାନଙ୍କର ରୋଜଗାର ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟରେ ୫ ବର୍ଷ ପାଇଁ ୪୮୪.୧୦ କୋଟି ଖର୍ଚ୍ଚ ଅଟକଳକୁ ଅନୁମୋଦନ ମିଳିଛି।

ସମ୍ବନ୍ଧିତ ଖବର