କ୍ୟାବିନେଟ ବୈଠକରେ ନିଷ୍ପତ୍ତି: ୧୧ଟି ପ୍ରସ୍ତାବକୁ ଅନୁମୋଦନ

୫୫ ହଜାର ହେକ୍ଟର ଜମିକୁ ଜଳସେଚନ, ବ୍ୟକ୍ତି ମଲେ ମିଳିବ ୪ଲକ୍ଷ ସହାୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ପ୍ରକଳ୍ପ ନାମରେ ନୂଆ ଯୋଜନା ଆରମ୍ଭ ହେବ। ସେହିପରି ପ୍ରକଳ୍ପରେ ୫୫ହଜାର ହେକ୍ଟର ଜମିକୁ ଜଳସେଚନ କରାଯିବ। ୩ ବର୍ଷରେ ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବୈଠକରେ ୪୭୩ଟି ୩୩/୧୧ କେଭି ସବଷ୍ଟେସନ ସହ ୩୩ଟି କେଭି ଓ ୧୧କେଭି ଲାଇନ ପାଇଁ ୨୬୦୦ କୋଟି ଟଙ୍କାରୁ ୩୮୪୩କୋଟି ଟଙ୍କା ମଞ୍ଜୁରି ପାଇଁ ବନ୍ଦୋବସ୍ତ କରାଯାଇଛି। ସେହିପରି ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ରାଶି ବଢ଼ାଇ ଦିଆଯାଇଛି। ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ବ୍ୟକ୍ତିର ପରିବାରକୁ ୪ ଲକ୍ଷ ଟଙ୍କା ସହୟତା ମିଳିବାକୁ ଥିବା ବେଳେ ମେଣ୍ଢା ଓ ଛେଳି ମଲେ ୨ ହଜାର ଟଙ୍କା ମିଳିବ। ଓ୍ଵାଇଲ୍ଡ ଲାଇଫ ପ୍ରୋଟେକ୍ସନ (ଓଡ଼ିଶା) ରୁଲ, ୧୯୭୪ରେ ସଂଶୋଧନ ନେଇ ଏହି ପ୍ରସ୍ତାବ କ୍ୟାବିନେଟରେ ଆଗତ ହୋଇଛି।

ଘରୋଇ ବ୍ୟବହାର ପାଇଁ ରନ୍ଧନ ଗ୍ୟାସ୍‌ ଭାଟ୍‌ ୧୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ, ଶିଳ୍ପରେ ବ୍ୟବହାର ପାଇଁ ଗ୍ୟାସ୍‌ ଭାଟ୍‌ ୧୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ, ଯାନବାହନରେ ବ୍ୟବହାର ପାଇଁ ଭାଟ୍‌ ୧୫ ପ୍ରତିଶତରେ ଅପରିବର୍ତ୍ତିତ ରହିବ।

ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ଟେଣ୍ଡର ମଞ୍ଜୁରି, ଓଡ଼ିଶା ରାଜସ୍ୱ ସେବା(ଆଇଆରଏସ୍‌) ରୁଲ, ୨୦୧୧ ସଂଶୋଧନ, ଓଡ଼ିଶା ବିଧାନସଭାର ଏକାଦଶ ଅଧିବେଶନର ପାଇଁ ପ୍ରସ୍ତାବ ବୈଠକରେ ଗୃହୀତ ହୋଇଛି।

ସମ୍ବନ୍ଧିତ ଖବର