ଭଦ୍ରକ, ଅନୁଗୁଳ, େଖାର୍ଧା, େଢଙ୍କାନାଳ, େକନ୍ଦୁଝର, ମୟୂରଭଂଜକୁ ଟାର୍ଗେଟ,୨୪ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ େଶଷ େହବା ଲକ୍ଷ୍ୟ
ଭୁବନେଶ୍ବର: ଗାଁ ଗଣ୍ଡାରେ ବିଶୁଦ୍ଧ ପିଇବା ପାଣି ଉପଲବ୍ଧ କରାଇବା ପାଇଁ ରାଜ୍ୟ କ୍ୟାବିନେଟ ଆଜି ୬ଟି ଜିଲ୍ଲା ଲାଗି ୩୧୮୦ େକାଟି ୮୮ଲକ୍ଷ ଟଙ୍କାର େଟଣ୍ଡରକୁ ଅନୁେମାଦନ େଦଇଛନ୍ତି। ଭଦ୍ରକ, ଅନୁଗୁଳ, େଖାର୍ଧା, ଢେଙ୍କାନାଳ, େକନ୍ଦୁଝର, ମୟୂରଭଂଜ ଲକ୍ଷ ଲକ୍ଷ େଲାକ ଏହା ଦ୍ବାରା ଉପକୃତ ହେବେ େବାଲି କୁହାଯାଇଛି। ୨୪ମାସ ମଧ୍ୟରେ ଏସବୁ ପ୍ରକଳ୍ପ େଶଷ େହବ େବାଲି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏ ସଂକ୍ରାନ୍ତ ନିଷ୍ପତ୍ତି ସଂପର୍କରେ ସୂଚନା େଦଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ େଯ ମୟୂରଭଂଜ ଜିଲ୍ଲାର ୨ଟି ବ୍ଲକ ରାଇରଙ୍ଗପୁର, ଯଶିପୁରର ୨୯ଟି ପଞ୍ଚାୟତ ଅନ୍ତର୍ଗତ ୩୩୦ ଟି ଗାଁର େଲାକ ଭୂତଳ ଖଣି ଦ୍ବାରା ପ୍ରଭାବିତ। ଓଡ଼ିଶା ମିେନରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେସନ ଅର୍ଥ ସହାୟତାରେ ଭୂପୃଷ୍ଠ ଜଳକୁ ବିେଶାଧନ କରାଯାଇ ଏଠାରେ ବିଶୁଦ୍ଧ ପାନୀୟ ଜଳ େଯାଗାଇ ଦିଆଯିବ। େମସର୍ସ ଏଲ୍ ଆଣ୍ଡ ଟି, େଚନ୍ନାଇ ୪୩୦ େକାଟି ଟଙ୍କାରେ ଏହି କାର୍ଯ୍ୟ କରିବେ। େଖାର୍ଧା ଓ ଢେଙ୍କାନାଳର ଜଳ କ୍ଳିଷ୍ଟ ୩ଟି ବ୍ଲକ ଅନ୍ତର୍ଗତ ୩୯୦ ଗ୍ରାମରେ େମସର୍ସ ଜେଏମସି ପ୍ରୋଜେକ୍ଟ ଓ ଜେଡବ୍ଲୁଆଇଏଲ୍ , ମୁମ୍ବାଇ ୩୧୫ େକାଟି ୨୦ଲକ୍ଷ ଟଙ୍କାରେ ପିଇବା ପାଣି େଯାଗାଇ ଦେବେ। େଖାର୍ଧାର େବାଲଗ଼ଡ ବ୍ଲକ ଅନ୍ତର୍ଗତ ୧୭୬ଟି ଗାଁ, େବଗୁନିଆ ବ୍ଲକର ୧୬୨ଟି ଗାଁ ଓ େଢଙ୍କାନାଳ ସଦର ବ୍ଲକର ୫୨ଟି ଗାଁର େଲାକ ଉପକୃତ ହେବେ। ସେହିପରି ମେସର୍ସ ଏନସିସି ଲିମିଟେଡ୍ ଅନୁଗୁଳ ଜିଲ୍ଲାର ଭୂତଳ ଖଣି ଦ୍ବାରା ପ୍ରଭାବିତ ୩ଟି ବ୍ଲକ ଅନ୍ତର୍ଗତ ୬୪ଟି ପଞ୍ଚାୟତର ୩୮୮ଟି ଗାଁରେ ପାନୀୟ ଜଳ େଯାଗାଇବା କାର୍ଯ୍ୟ କରିବେ। ଏଥିପାଇଁ ୭୦୧ େକାଟି ୮୬ ଲକ୍ଷ ଟଙ୍କା ବିନିେଯାଗ େହବ। ତାଳଚେରର ୧୪୦ଟି ଗାଁ, େଛଣ୍ଡିପଦାର ୧୭୨ଟି ଓ କଣିହାଁ ବ୍ଲକର ୭୬ଟି ଗାଁର େଲାକେ ଏହି ପ୍ରକଳ୍ପ ଦ୍ବାରା ଉପକୃତ ହେବେ।େକନ୍ଦୁଝରର ୪ଟି ବ୍ଲକ ଅନ୍ତର୍ଗତ ୮୯ଟି ପଞ୍ଚାୟତର ୫୮୯ ଗାଁକୁ ପିଇବା ପାଣି େଯାଗାଇ ଦେବା ପ୍ରସ୍ତାବକୁ କ୍ୟାବିେନଟ୍ ଅନୁେମାଦନ କରିଛନ୍ତି। ଚମ୍ପୁଆ ବ୍ଲକର ୧୨୧ଟି ଗାଁ, ଝୁମ୍ପୁରାର ୯୬ଟି, େକନ୍ଦୁଝରର ୨୦୬ଟି ଓ ବାଂଶପାଳର ୧୬୬ଟି ଗାଁର େଲାକଙ୍କୁ ଲକ୍ଷ୍ୟ ରଖି ଏହି ପ୍ରକଳ୍ପ କରାଯାଉଛି। େଚନ୍ନାଇର ମେସର୍ସ ଏଲ୍ ଆଣ୍ଡ ଟି ଏହି କାର୍ଯ୍ୟ େନଇଛନ୍ତି ଓ ୯୭୯ େକାଟି ୮୨ଲକ୍ଷ ଟଙ୍କା ବ୍ୟୟ ଅଟକଳ େହାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭଦ୍ରକ ଜିଲ୍ଲାର ବାସୁଦେବପୁର, ତିହିଡି, ଚାନ୍ଦବାଲି, ଧାମନଗରରେ ପିଇବା ପାଣିର ଉନ୍ନତି ପାଇଁ ୭୫୪ େକାଟି ଟଙ୍କା ବିନିେଯାଗ େହବ। ହାଇଦ୍ରାବାଦର େମସର୍ସ ମେଘା ଇଞ୍ଜିନିୟରିଂ ଇନ୍ଫ୍ରାଷ୍ଟକଚର ଲିମିଟେଡ୍ ଏହି ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଛନ୍ତି। ଭଦ୍ରକ ବାସୁଦେବପୁର ଅନ୍ତର୍ଗତ ୧୧୮ଟି ଗାଁ, ତିହିଡିର ୧୦୯ଟି, ଚାନ୍ଦବାଲିର ୨୬୬ଟି ଓ ଧାମନଗରର ୩୩ଟି ଗାଁର େଲାକଙ୍କୁ ଏହି ପ୍ରକଳ୍ପ ସହିତ େଯାଡାଯିବ।