ଭୁବନେଶ୍ବର : ଆସନ୍ତା ୧୩ ତାରିଖରେ (ସୋମବାର) ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏହାସହ ରାଜ୍ୟ ମନ୍ତ୍ରିପରିଷଦର ବୈଠକ ମଧ୍ୟ ବସିବ ବୋଲି ଜଣାପଡ଼ିଛି। ଫେବ୍ରୁଆରି ୨୧ରୁ ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ବଜେଟ୍ ଚିଠା ପ୍ରସ୍ତାବକୁ ଅନୁମୋଦନ କରିବା ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ କ୍ୟାବିନେଟ୍ ମୋହର ବାଜିବ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ପ୍ରାୟ ୧୫ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବାକୁ ଥିବା ବୈଠକରେ ସ୍ବାସ୍ଥ୍ୟ, ଶକ୍ତି, ଗ୍ରାମ୍ୟ ଉନ୍ନୟନ, କୃଷି, ପୂର୍ତ୍ତ, ନଗର ଉନ୍ନୟନ ବିଭାଗ, ଜଳସମ୍ପଦ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରାୟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/naveen-patnaik.jpg)