ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତିରେ ଆଜି ବସିଥିବା ଏହି ବୈଠକରେ କରୋନାଗସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ବିଭନ୍ନ ଆଲୋଚନା ହେବା ସହ ଏହି ବୈଠକରେ ୨୨ଟି ପ୍ରସ୍ତାବ ଉପରେ ଲଗାଇଛି କ୍ୟାବିନେଟ ମୋହର ।
ପ୍ରବାସୀଙ୍କୁ ଜୀବିକା ଯୋଗାଇବା ଲାଗି ସରକାର ଅନେକଗୁଡ଼ିଏ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ଏଥିଲାଗି ୧୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଓ ୨୦୨୦ ଜୁନରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ସେ ଘୋଷଣା କରିଛନ୍ତି। ସ୍ବତନ୍ତ୍ର ଭାବେ କୃଷିକ୍ଷେତ୍ରର ବିକାଶ ଲାଗି ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏହା ଦ୍ବାରା ୨୪ଲକ୍ଷ ୫୦ହଜାର ଚାଷୀ ଉପକୃତ ହେବେ । ଅନ୍ୟ ପକ୍ଷରେ ବିଭିନ୍ନ ବର୍ଗର ଦକ୍ଷତା ବିକାଶ ପାଇଁ ଖର୍ଚ୍ଚ ହେବ ୧୪୦କୋଟି । ଅର୍ଥ, ରାଜସ୍ୱ,ଖାଦ୍ୟ ଯୋଗାଣ, ସମବାୟ,ସଂସ୍କୃତି ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିବା ସହ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଚଳଚଞ୍ଚଳ କରିବା ପାଇଁ ୨୦୧୬ ପର୍ଯ୍ୟଟନ ନୀତିରେ ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର । ମଞ୍ଜୁରିପ୍ରାପ୍ତ ୨୨ଟି ପ୍ରସ୍ତାବ ସଂପର୍କରେ ନିମ୍ନରେ ସୂଚନା ଦିଆଗଲା।
/sambad/media/post_attachments/wp-content/uploads/2020/05/asit-tripathy-1.png)
- ପର୍ଯ୍ୟଟନ ପ୍ରକଳ୍ପ ଲାଗି ଇଡକୋ ଜମି ଯୋଗାଇ ଦେବ । ହୋଟେଲ, ରେଷ୍ଟୁରାଣ୍ଟ ନିର୍ମାଣ ଲାଗି ଜମି ଯୋଗାଇ ଦେବ ଇଡକୋ ।
- ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ମିଳିବ ପ୍ରଫେସନାଲ କୋର୍ସର ମାନ୍ୟତା ।
- ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାଙ୍କୁ ମିଳିବ ସହାୟତା । ୩ରୁ ୬ ବର୍ଷ ପିଲାଙ୍କୁ ମାଗଣାରେ ଯୋଗାଇ ଦିଆଯିବ ଜୋତା ଏବଂ ସ୍ୱେଟର ।
- ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ ୧୫ କୋଟି ଟଙ୍କାର ସହାୟତା । କ୍ୟାସ୍ କ୍ରେଡିଟ୍ ଆକାରରେ ଋଣ ନେବାକୁ କ୍ୟାବିନେଟ ଅନୁମୋଦନ । ଏହି ଟଙ୍କା ଆଖୁ ଚାଷୀଙ୍କୁ ପ୍ରଦାନ କରିବ ଆସ୍କା କୋପରେଟିଭ ସୁଗାର ଲି. ।
- ଓରେଡା ଶକ୍ତି ବିଭାଗ ଅଧୀନକୁ ଆସିବ ।
- ସୋସାଇଟି ଆକ୍ଟରେ ପରିବର୍ତ୍ତନ । ପ୍ରତି ୫ ବର୍ଷରେ ନବୀକରଣ କରିବାକୁ ପଡ଼ିବ । ଅଡିଟ କରାଗଲା ବେଳେ ଯଦି କୌଣସି ବିବାଦ ହୁଏ ତେବେ ଏନେଇ ଏକ ସ୍ୱତନ୍ତ୍ର ଫୋରମରେ ଅଭିଯୋଗ କରିପାରିବେ ଅଭିଯୋଗକାରୀ ।
- ଏଗ୍ରିକଲଚର ଆକ୍ଟ ୧୯୫୬ରେ ସଂଶୋଧନକୁ ଅନୁମୋଦନ । ଇ-ମାର୍କେଟ ଜରିଆରେ ଉତ୍ପାଦନକୁ ବିକି ପାରିବେ ଚାଷୀ । ଠିକା ଚାଷୀଙ୍କୁ ମିଳିବ ବହୁ ସୁବିଧା।
- କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡାରେ ଦିଆଯିବ ଜମି । ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ବ୍ୟବସ୍ଥାର ଉନ୍ନତି ଲାଗି ପ୍ରସ୍ତାବ ଗୃହୀତ ।
- ବାଲେଶ୍ୱର ଜିଲ୍ଲା ସଦର ତହସିଲରେ ହିଡିଗାଁରେ ୩ ଏକର ୫୦ ଡେସିମିଲ ଜାଗାରେ ଏନଡିଆରଏଫର ଗୋଟିଏ କଂପାନୀର ଏକ ହେଡକ୍ୱାଟର କରାଯିବା ନେଇ ଅନୁମତି ।
- ଗ୍ରାମାଞ୍ଚଳରେ ପ୍ରତି ଘରକୁ ବାଡ଼ିବଗିଚାରେ ଲଗାଇବା ଲାଗି ଗଛ ଚାରା ଯୋଗାଇ ଦିଆଯିବ।
- ଭଦ୍ରକ ଜିଲ୍ଲା ଧାମରାରେ ହେବା ଟେକ୍ସଟାଇଲ୍ ପାର୍କ ଓ ଢ଼େଙ୍କାନାଳରେ ପ୍ରତିଷ୍ଠା ହେବ ମେଡିକାଳ୍ ପାର୍କ । ୧୦୦୦ ଏକଜ ଜମି ଉପରେ ପ୍ରତିଷ୍ଠା ହେବ ଏହି ପାର୍କ। ଏହି ପାର୍କରେ ନିବେଶ ହେବ ୬୦୦୦ରୁ ୭୦୦୦ କୋଟି ଟଙ୍କା।
- ରାଜ୍ୟ ଖାଦ୍ୟ ନିରାପତ୍ତାରେ ସାମିଲ ହେବେ ଦାଦନ ଶ୍ରମିକ ଓ -ୱାର୍ଡ ସ୍ତରରେ ଗଠନ ହେବ ପରିଚାଳନା କମିଟି ।
- ୧୯୨ଟି ନୂତନ ଓଏଏସ ପଦବୀ ସୃଷ୍ଟି କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/Cabinet-Approves-17K-Crores_Thumbnail.jpg)