ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୫ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଥିବା ଜଣାଯାଇଛି। ବିଧାନସଭା ବଜେଟ୍ ଅଧିବେଶନ ଚାଲୁଥିବାରୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କିତ କୌଣସି ସୂଚନା ଦିଆଯାଇପାରିବନି।
ସୂତ୍ର ମୁତାବକ କ୍ୟାବିନେଟ୍ ବୈଠକ ଅତି ତରବରିଆ ଭାବେ ଡକାଯାଇଥିବାରୁ କୌଣସି ମନ୍ତ୍ରୀଙ୍କୁ କ୍ୟାବିନେଟ୍ ଚିଠା ପ୍ରସ୍ତାବ ପ୍ରଦାନ କରାଯାଇନ ଥିଲା। ତେବେ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/naveen_patnaik_660_052319021925_052919010952-750x430.jpg)