ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ୧୨ ଟି ପ୍ରସ୍ତାଵକୁ କ୍ୟାବିନେଟ ଅନୁମୋଦନ ମିଳିବାର ସମ୍ଭାବନା ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ସାଧାରଣ ପ୍ରଶାସନ, ପୂର୍ତ୍ତ ,କୃଷି,ସ୍କୁଲ ଓ ଗଣଶିକ୍ଷା ବିଭାଗ ଭଳି ବିଭାଗର ପ୍ରସ୍ତାବ । ତୃତୀୟ ଥର ପାଇଁ ରାଜ୍ୟ କୃଷି ଓ ପ୍ରାଣୀଧନ ବିପଣନ ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରୀ ମିଳିପାରେ । ଏହା ସହ ଓଏଏସ କ୍ୟାଡର ପୁନର୍ଗଠନ ଓ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଂରକ୍ଷଣ ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ଏହି ବୈଠକକୁ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ଶେଷ କ୍ୟାବିନେଟ ବୈଠକ ବୋଲି କୁହାଯାଉଛି ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp