ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି | ଏହି ନିଷ୍ପତ୍ତି ମୁତାବକ ଖାଦ୍ୟ ସୁରକ୍ଷାରେ ସାମିଲ ଥିବା ପ୍ରତ୍ୟେକ ହିତାଧିକାରୀଙ୍କୁ ୨ଟି ଝୋଟ ତିଆରି ବ୍ୟାଗ ସହ ୧୦୦୦ ଟଙ୍କା ମିଳିବ | ମୋଟ ୯୫.୯୦ ଲକ୍ଷ ହିତାଧିକାରୀ ଏଥିରେ ସାମିଲ ହୋଇଥିବାବେଳେ ଯୁବକଙ୍କ ପାଇଁ ନୂଆ ଯୋଜନା ସ୍ଵୟଂ ଯୋଜନା ଆରମ୍ଭ କରାଯାଇଛି | ଏଥିରେ ବିନା ସୁଧରେ ଗ୍ରାମୀଣ ଯୁବକ ଓ ଯୁବତୀଙ୍କୁ ଲକ୍ଷେ ଟଙ୍କା ଯାଏଁ ଲୋନ ମିଳିବ |
ଆଜି ରାଜ୍ୟ କ୍ୟାବିନେଟରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ ମଂଜୁର ମିଳିଥିବାବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ପରିବାରଙ୍କୁ ଦୁଇଟି ଝୋଟ ତିଆରି ବ୍ୟାଗ ଓ ୧ ହଜାର ଟଙ୍କା ପ୍ରଦାନ କରାଯିବ | ଋଣ ନେଇନଥିବା ଓ କୌଣସି ବ୍ୟବସାୟ କରୁଥିବା ୧୮ରୁ ୩୫ବର୍ଷ ଯୁବକ ଯୁବତୀଙ୍କୁ ୧ ଲକ୍ଷ ଟଙ୍କା ପ୍ରକଳ୍ପ ସୁଧ ମୁକ୍ତ ଋଣ ଦିଆଯିବ | ଋଣ ପରିଶୋଧ ଅବଧି ୪ ବର୍ଷ ରହିବ | ଏବାବଦରେ ୪୪୮ କୋଟି ଟଙ୍କା ଖର୍ଚ୍ଚ ହେବ | ସେହିପରି ସହରରେ ରହୁଥିବା ଯୁବକ ଯୁବତୀଙ୍କ ପାଇଁ ଯୁବ ଉଦ୍ୟୋଗୀ ସ୍ୱୟଂ ସହରୀ ଯୋଜନା ପ୍ରଣୟନ କରାଯିବ |
ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବର୍ତ୍ତମାନ ଆସିଥିବା ନୂଆ ଜାଗରଣରେ ଓଡିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯୁବ ସମାଜକୁ ସାମିଲ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ‘ସ୍ୱୟମ’ ନାମରେ ଏକ ନୂତନ ଯୋଜନାକୁ ଅନୁମତି ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟର ବ୍ୟବସାୟିକ ବାତାବରଣ ଆହୁରି ଉଜ୍ଜ୍ୱଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ‘ସ୍ୱୟମ’ ହେଉଛି ସ୍ୱତନ୍ତ୍ର ଯୁବ ଉଦ୍ୟମୀ ( Swatantra Yuba Udyami) । ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବା ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ବିନା ସୁଧରେ ପ୍ରଦାନ କରାଯିବ। ଏହି ଯୋଜନାରେ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧ ଲକ୍ଷ ଯୋଗ୍ୟ ଯୁବକ ଯୁବତୀମାନଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥି ପାଇଁ ରାଜ୍ୟ ସରକାର ତାଙ୍କ ନିଜ ବଜେଟରୁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରିବେ।