ବିଧାନସଭା ଭଙ୍ଗ ପାଇଁ ଏଇ ସପ୍ତାହରେ କ୍ୟାବିନେଟ!

ଭୁବନେଶ୍ବର: ଆସନ୍ତା ୨୩ ତାରିଖରେ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଆସିବ। ରାଜ୍ୟରେ ନୂଆ ସରକାର ଗଠନ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହେଲାଣି। ସେପଟେ ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ମଧ୍ୟ ଏଇ ସପ୍ତାହରେ ବସୁଛି କ୍ୟାବିନେଟ ବୈଠକ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚଳିତ ଥର ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତା ୨୭ କିମ୍ବା ୨୮ ତାରିଖରେ କରାଯିବ। ‘ଫନି’ ବାତ୍ୟାରେ ରାଜ୍ୟରୁ ଅହେତୁକ କ୍ଷୟକ୍ଷତି ହୋଇଥିବାରୁ ନୂଆ ସରକାରର ଶପଥଗ୍ରହଣ ଉତ୍ସବକୁ ନିରାଡ଼ାମ୍ବର ଭାବେ କରାଯିବ ବୋଲି ଜଣାପଡ଼ିଛି।

ପ୍ରକାଶଥାଉକି, ୨୦୧୪ ସାଧାରଣ ନିର୍ବାଚନର ଭୋଟଗଣତି ସେହିବର୍ଷ ମେ ମାସ ୧୬ ତାରିଖରେ ହୋଇଥିଲା। ତାର ଦୁଇ ଦିନ ପରେ ଭାରତ ନିର୍ବାଚନ କମିସନ ବିଦ୍ଧିବଦ୍ଧ ଭାବେ ନିର୍ବାଚନ ଫଳାଫଳ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଭୋଟଗଣତି ପୂର୍ବରୁ ମେ ୮ ତାରିଖ ଦିନ ଚତୁର୍ଦ୍ଦଶ ବିଧାନସଭା ଭଙ୍ଗ ନେଇ ରାଜ୍ୟ କ୍ୟାବିନେଟ୍ ପ୍ରସ୍ତାବ ପାରିତ କରିଥିଲା। ପରେ କ୍ୟାବିନେଟର ପ୍ରସ୍ତାବକୁ ତତ୍କାଳିନ ରାଜ୍ୟପାଳ ମେ ୧୩ ତାରିଖରେ ଅନୁମୋଦନ କରିଥିଲେ। ୨୦୧୪ ମେ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ଥର ପାଇଁ ଶପଥ ନେଇଥିଲେ।

ସମ୍ବନ୍ଧିତ ଖବର