ଆଜି କ୍ୟାବିନେଟ୍ ନେବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ବର : ଗୁରୁବାର ସକାଳେ ୧୦ଟା ୪୫ରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ କରୋନା ସଂକ୍ରାନ୍ତରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳୁଛି। ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂରେ ଏହି କ୍ୟାବିନେଟ୍ ବୈଠକ ବସିବ। ସେମାନେ ନିଜ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏହି ବୈଠକରେ ଭାଗ ନେବେ। କ୍ୟାବିନେଟ୍ ଏଜେଣ୍ଡା କିନ୍ତୁ ମନ୍ତ୍ରୀମାନଙ୍କୁ ଦିଆଯାଇନାହିଁ। ତେବେ ବିଧାୟକ ପାଣ୍ଠିକୁ ସରକାର ନିଲମ୍ବିତ କରିପାରନ୍ତି ବୋଲି କୁହାଯାଉଛି। ଏହା ବ୍ୟତୀତ ଆଉ କିଛି ଆର୍ଥିକ କଟକଣା ସଂପର୍କରେ ବି ନିଷ୍ପତ୍ତି ନିଆଯାଇପାରେ।

ସମ୍ବନ୍ଧିତ ଖବର