ସଟ୍‌ଡାଉନ୍‌ରେ ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ବର : ସଟ୍‌ଡାଉନ୍‌ରେ ସବୁ ସରକାରୀ ଅଫିସ୍‌ ବନ୍ଦ ଥିବା ବେଳେ ରବିବାର ଦିନ ସାଢ଼େ ଗୋଟାଏରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ କ୍ୟାବିନେଟ୍‌ ବୈଠକ। କ୍ୟାବିନେଟ୍‌ ଏଜେଣ୍ଡା କୌଣସି ମନ୍ତ୍ରୀଙ୍କୁ ଦିଆଯାଇନଥିଲେ ବି ଗୋଟିଏରୁ ଦୁଇଟା ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର କେତୋଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିପାରେ।

ସମ୍ବନ୍ଧିତ ଖବର