ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ସନ୍ଧ୍ୟା ୬ଟାରେ ବସିବାକୁ ଥିବା ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ନିଷ୍ପତ୍ତି ହେବାର କାର୍ଯ୍ୟକ୍ରମ ରହିଛି। ବନ୍ୟଜନ୍ତୁ ଅଧିନିୟମ, ଶୀତକାଳୀନ ଅଧିବେଶନ, ଓଡ଼ିଶା ରାଜସ୍ୱ ସେବା ଅଧିନିୟମ, ସାମାଜିକ କଲ୍ୟାଣ ଅଧିନିୟମ ଆଦି ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଗୁରୁବାର ଅପରାହ୍ଣ ୧୧ଟାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବିସବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର