କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସଦର ମହକୁମା ଏନ୍‌ଏଚ୍‌ ୪୯ ଖର୍ଲା ନଦୀ ଉପରେ ଝୁଲେନ ପୋଲ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି।

Advertisment

ସୂଚନା ଅନୁସାରେ, ୧୦୦ ବର୍ଷ ବ୍ରିଟିଶ ସରକାରଙ୍କ ସମୟରେ ନିର୍ମିତ ଲୁହା ବ୍ରିଜ ଗତ ୯ ସେପ୍ଟେମ୍ବର ୨୦୨୧ରେ ଏକ ଭାଙ୍ଗି ଯାଇଥିଲା। କୁଚିଣ୍ଡା ସହରର ଜୀବନରେଖା ଜନଜୀବନ ସହିତ ଜଡ଼ିତ ବ୍ରିଜ ଭାଙ୍ଗିବା ପରେ କୁଚିଣ୍ଡା ଜିଲ୍ଲା ରାଜଧାନୀ ସହିତ ଯାତାୟାତ ବନ୍ଦ ହୋଇଯାଇଥିଲା। ଏହି ବ୍ରିଜ ଭାଙ୍ଗିବା ଦ୍ବାରା ସହରର ଶହଶହ ବ୍ୟବସାୟୀଙ୍କ ବେପାର ମଧ୍ୟ ପ୍ରଭାବିତ ହୋଇଛି। ଏହି ରାସ୍ତାଟି ଗତ ବର୍ଷ ଜାତୀୟ ରାଜପଥରୁ ପୂର୍ତ୍ତ ବିଭାଗକୁ ସ୍ଥାନାନ୍ତରିତ ହୋଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ସର୍ଭେ କରି ସେତୁ ନିର୍ମାଣ ପାଇଁ ସରକାରଙ୍କଠାରେ ଉପସ୍ଥାପନ ପରେ ଗତ ୧୦ତାରିଖ ଦିନ ଏହି ସେତୁ ନିର୍ମାଣ ପାଇଁ ଟେଣ୍ଡର ହୋଇଛି। ଏହି ଟେଣ୍ଡର ବିଡ ପାଇଁ ଚଲିତ ମାସ ୨୯ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମୟ ରଖାଯାଇଛି। ପ୍ରାଥମିକ ଭାବେ ଏହାର ଖର୍ଚ୍ଚ ଅଟକଳ ୧୧ କୋଟି ୩୫ ଲକ୍ଷ ଟଙ୍କା ରଖାଯାଇଛି। ନିର୍ମାଣ ପାଇଁ ୨୪ମାସର ସମୟ ଅବଧି ରଖାଯାଇଛି। ଏହା ଜାଣିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।