ବୌଦ୍ଧ/ହରଭଙ୍ଗା: ବୀରନରସିଂହପୁରରେ ଅନୁଷ୍ଠିତ ଗଡ଼ଜାତ ଲୋକ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଯୋଜନା, ସମନ୍ବୟ ଓ ରୂପାୟନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟଅତିଥି ଓ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଗଡ଼ଜାତ ଲୋକ ମହୋତ୍ସବ ସଂସ୍କୃତି, କଳା ଓ ପରମ୍ପରାକୁ ଉଜ୍ଜୀବିତ କରି ପ୍ରାଚୀନ ବୌଦ୍ଧ ଗଡ଼ଜାତର ସ୍ମୃତିକୁ ଫେରାଇବାରେ ସକ୍ଷମ ହୋଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ପାଲା କଳାକାର ବାଞ୍ଛାନିଧି ପ୍ରଧାନ, ସାମ୍ବାଦିକ ସଞ୍ଜୀବ ମହାକୁଳ, ସିନେ ତାରକା ଚାନ୍ଦିନୀ ଜେନାଙ୍କୁ ବୃତ୍ତି ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ମହୋତ୍ସବ କମିଟି ସଭାପତି ବିଶ୍ବଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମ୍ବାଦିକ ବାଲାଜୀ ବିଭୁରଞ୍ଜନ ତରାସିଆ ମଞ୍ଚ ପରିଚାଳନା କରିଥିଲେ। କମିଟି ସଂପାଦକ ଦେବାଶିଷ ମହାକୁଡ଼ ବିବରଣୀ ପାଠ କରିଥିଲେ। ନରେନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ, ଜୟ କିଶୋର ମିଶ୍ର, ବିଜୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର କଳା ପ୍ରଦର୍ଶନ କରିଥିଲେ।