ବାଲେଶ୍ୱର: ବାଲେଶ୍ୱର ୬୦ ନମ୍ବର ଜାତୀୟ ରାଜପଥର ରୁପ୍ସା ଥାନା ନିକଟରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇ ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଦୁର୍ଘଟଣାରେ ଶ୍ରୀୟା ସିହ୍ନା (୩୫), ଶ୍ରୀୟାଙ୍କ ବାପା କାଶିନାଥ ସେନ୍ଗୁପ୍ତ (୬୫) ଓ ତାଙ୍କ ମାଆ ଜୟନ୍ତୀ ସେନ୍ଗୁପ୍ତ(୬୦) ଘଟଣାସ୍ଥଳରେ ପ୍ରାଣହରାଇଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2018/06/22-300x223.jpg)
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରୁ ତିନିଟି ଗାଡ଼ିରେ ରାଣା ସିହ୍ନା ଓ ତାଙ୍କ ସମ୍ପର୍କୀୟ ଜଗନ୍ନାଥ ଦର୍ଶନ କରିବାକୁ ପୁରୀ ଅଭିମୁଖେଯାତ୍ରା ଆରମ୍ଭ କରିଥିଲେ। କିଏ ଜାଣିଥିଲା ତାଙ୍କର ଏହି ଆଶା ଅଧାରେ ରହିଯିବ। ରାଣା ସିହ୍ନାଙ୍କ ସମ୍ପର୍କୀୟମାନେ ବସିଥିବା ଦୁଇଟି ଗାଡ଼ି ଆଗରେ ଚାଲି ଯାଇଥିଲା। ରାଣା ସିହ୍ନା, ତାଙ୍କ ପତ୍ନୀ ଶ୍ରୀୟା ସିହ୍ନା ଓ ଶ୍ରୀୟାଙ୍କ ବାପା ଓ ମାଆ ଏବଂ ରାଣା ସିହ୍ନାଙ୍କ ଶଢ଼ୁର ଝିଅ ଅଭିନନ୍ଦା ସେନ୍ଗୁପ୍ତ ଯେଉଁଗାଡ଼ିରେ ବସି ଯାଉଥିଲେ ସେହି ଗାଡ଼ିଟି ରୁପ୍ସା ଥାନାରୁ ୧୦୦ମିଟର ଦୂରରେ ଥିବା ଏକ ବ୍ରିଜ୍ରେ ଯାଇ ଖବ୍ ଜୋରରେ ଧକ୍କା ଖାଇଥିଲା। ଫଳରେ ଘଟଣାସ୍ଥଳରେ ଶ୍ରୀୟା ସିହ୍ନା, କାଶିନାଥ ସେନଗୁପ୍ତ, ଜୟନ୍ତ୍ରୀ ସେନ୍ଗୁପ୍ତଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇଜଣଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସା ପାଇଁ ତୁରନ୍ତ ଭର୍ତ୍ତି କରାଯାଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଆଗରେ ଚାଲି ଯାଇଥିବା ୨ଟି ଗାଡ଼ିରେ ରାଣା ସିହ୍ନାଙ୍କ ସମ୍ପର୍କୀୟ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/11.jpg)