ଭୁବନେଶ୍ବର: ସରକାର ଆଦିବାସୀଙ୍କ ବିକାଶ ପାଇଁ ଅନେକଗୁଡ଼ଏ ପଦକ୍ଷେପ ହାତକୁ ନେଇଛନ୍ତି। କିନ୍ତୁ ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚି ପାରୁ ନଥିବାରୁ ଆଦିବାସୀମାନେ ଯେଉଁ ସ୍ତରରେ ପହଞ୍ଚିବା କଥା, ସେଇଠିକୁ ଯାଇପାରୁ ନାହାନ୍ତି। ଆଦିବାସୀଙ୍କ ବିକାଶ ନାଁରେ ବଡ଼ଧରଣର ଦୁର୍ନୀତି ହୋଇଛି। ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୧୮ରୁ ୨୦୨୩ ମସିହା ମଧ୍ୟରେ ହୋଇଥିବା ଅନିୟମିତତା ଧରା ପଡ଼ିଛି।
ସାମ୍ବାଦିକ ସମ୍ମିଳନୀରେ ପ୍ରିନ୍ସିପାଲ ଆକାଉଣ୍ଟ ଜେନେରାଲ ଅତୁଲ ପ୍ରକାଶ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ସମନ୍ୱିତ ଆଦିବାସୀ ବିକାଶ ଏଜେନ୍ସି (ଆଇଟିଡିଏ)କୁ ମିଳିଥିବା ସରକାରୀ ଅନୁଦାନ ଅର୍ଥ ଖର୍ଚ୍ଚ ହୋଇପାରି ନାହିଁ। ସିଏଜି ପକ୍ଷରୁ ୧୧ଟି ଆଇଟିଡିଏକୁ ନମୁନା ଭାବେ ନେଇ ଅଡିଟ କରିଥିଲେ। ଏଥିରୁ ଜଣାପଡିଛି ଯେ, ୧୭୦୯ କୋଟିରୁ ୧୧୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାକୁ ଅଡିଟ ରିପୋର୍ଟରେ ଆଇଟିଡିଏ ଗୁଡ଼ିକର ଖରାପ ପ୍ରଦର୍ଶନ ବୋଲି ଦର୍ଶାଇଛନ୍ତି। ଜୁନିୟର ଇଞ୍ଜିନିୟର ଏବଂ ଆସିଷ୍ଟାଣ୍ଟ ଇଞ୍ଜିନିୟରମାନେ କୋଟି କୋଟି ଟଙ୍କାର ସରକାରୀ ଅର୍ଥକୁ ବ୍ୟକ୍ତିଗତ ଖର୍ଚ୍ଚ କରିଛନ୍ତି। ସରକାରୀ ବାବୁମାନେ ନିଜ ଖର୍ଚ୍ଚ ପାଇଁ ୧୪୮ କୋଟି ଟଙ୍କା ଉଡ଼ାଇ ଦେଇଛନ୍ତି। ଆଦିବାସୀଙ୍କ ବିକାଶ ପାଇଁ ଥିବା ସରକାରୀ ଟଙ୍କାକୁ ନିଜର ମୋବାଇଲ ରିଚାର୍ଜ, ଫୋନ ପେ’ ପେମେଣ୍ଟ, ବୀମା ପ୍ରିମିୟମ, ଏଟିଏମରୁ ଟଙ୍କା ଉଠାଣ କରି ଖର୍ଚ୍ଚ କରିଛନ୍ତି ଜେଇ ଏବଂ ଏଇ।
ସିଏଜି ପକ୍ଷରୁ ୧୧ଟି ଆଇଟିଡିଏକୁ ନମୁନା ଭାବେ ନେଇ ଅଡିଟ କରିଥିଲେ। ଏଥିରୁ ଜଣାପଡିଛି ଯେ, ୧୭୦୯ କୋଟିରୁ ୧୧୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାକୁ ଅଡିଟ ରିପୋର୍ଟରେ ଆଇଟିଡିଏ ଗୁଡ଼ିକର ଖରାପ ପ୍ରଦର୍ଶନ ବୋଲି ଦର୍ଶାଇଛନ୍ତି।
ସିଏଜି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ପୂର୍ବ ସରକାରରେ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଛି। ୨୦୧୮ରୁ ୨୦୨୩ ମଧ୍ୟରେ ୨୩୬ ପାନୀୟ ଜଳ ପ୍ରକଳ୍ପରୁ ୧୬୧ଟି ପ୍ରକଳ୍ପ କାମ ଶେଷ ହୋଇଥିବା ବେଳେ ୨୩ଟି କାମ ଚାଲିଛି ଏବଂ ୫୨ ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ। ଠିକାଦାରଙ୍କ ମନମାନି, ଜମି ଅଧିଗ୍ରହଣରେ ବିଳମ୍ବ ଭଳି କାରଣ ଯୋଗୁଁ ପ୍ରକଳ୍ପ ଗୁଡ଼ିକ ଦୀର୍ଘ ଦିନ ଧରି ଶେଷ ହୋଇପାରିନାହିଁ।
ସେହିପରି ପୂର୍ବ ସରକାର ସ୍ଵତନ୍ତ୍ର ବିଦ୍ୟାଳୟ ଗୁଡ଼ିକରେ ସର୍ବନିମ୍ନ ମୌଳିକ ସୁବିଧାର ବ୍ୟବସ୍ଥା କରିନଥିଲେ। ଏପରିକି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଥିବା ଶ୍ରବଣ ଯନ୍ତ୍ର, ବ୍ରେଲି ବହି ଯୋଗାଇ ଦିଆଯାଇନଥିଲା। ଭିନ୍ନକ୍ଷମ ପିଲାଙ୍କୁ ହଷ୍ଟେଲରେ ଖଟ, ବିଛଣା, ମଶା ଦାନି ବି ଦେଇନଥିଲେ ସରକାର।
Tribal | Drinking water | Education