୨୦୧୮-୧୮ ଆର୍ଥିକ ବର୍ଷ ପାଇଁ ସିଏଜି ରିପୋର୍ଟ : ଓଡ଼ିଶାର ବିତ୍ତୀୟ ସ୍ଥିତି ସନ୍ତୋଷଜନକ

ଭୁବନେଶ୍ବର : ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି) ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପ୍ରଦର୍ଶନର ସମୀକ୍ଷା ପ୍ରକାଶ କରିଛନ୍ତି । ରିପୋର୍ଟରେ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନାକୁ ନେଇ ସିଏଜି ସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ କେତେକ କ୍ଷେତ୍ରରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି । ବିଶେଷକରି କେତେକ ଅନୁଦାନ ରାଶିର ବିନିଯୋଗ ପ୍ରମାଣପତ୍ର ମିଳିନଥିବାରୁ ତାହା ଠିକ ଭାବେ ଖର୍ଚ୍ଚ ହୋଇଛି କି ନା ତାହାକୁ ନେଇ ସିଏଜି ସଂଦେହ ପ୍ରକଟ କରିଛନ୍ତି ।

ଏହି ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ରାଜସ୍ବ ପ୍ରାପ୍ତି ୯୯,୫୪୬ କୋଟି ଟଙ୍କା ଥିଲା, ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୬.୮ ପ୍ରତିଶତ ଅଧିକ ଥିଲା । ଉକ୍ତ ଆର୍ଥିକ ବର୍ଷରେ ସରକାରଙ୍କ ଆୟ ସହ ବ୍ୟୟ ମଧ୍ୟ ବୃଦ୍ଧି ପାଇଥିଲା । ରାଜସ୍ବ ବ୍ୟୟ ପ୍ରାୟ ୧୮.୮୨ ପ୍ରତିଶତ ବୃଦ୍ଧି ପାଇ ୮୫,୩୫୬ କୋଟିରେ ପହଞ୍ଚିଥିଲା । ୨୦୧୮-୧୯ରେ ରାଜ୍ୟ ୧୪,୧୯୦ କୋଟିର ରାଜସ୍ବ ବଳକା ହାସଲ କରିଥିଲା । ୨୦୧୭-୧୮ରେ ରାଜସ୍ବ ବଳକା ରାଜସ୍ବ ପ୍ରାପ୍ତିର ୧୫.୬୯ ପ୍ରତିଶତ ଥିବାବେଳେ ୨୦୧୮-୧୯ରେ ତାହା ୧୪.୨୫ ପ୍ରତିଳତକୁ ଖସିଆସିଥିଲା ।

୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରାୟ ୧୩ଟି ଅନୁଦାନ ଅଧିନରେ ଥିବା ୨୭ଟି ସ୍କିମରେ ମୋଟ ୧୩୦୪ କୋଟି ଟଙ୍କା ବିନିଯୋଗ କରାଯାଇପାରିନଥିଲା ଓ ଫେରସ୍ତ ଦିଆଯାଇଥିଲା । ଉକ୍ତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ୨୫୯୫୭ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ । କିନ୍ତୁ ଏହି ରାଶି ମଧ୍ୟରୁ ୧୯,୩୭୧ କୋଟି ବା ୭୫ ପ୍ରତିଶତ ରାଶିର ବିନିଯୋଗ ପ୍ରମାଣପତ୍ର ଦିଆଯାଇନଥିଲା । ଫଳରେ ଉକ୍ତ ରାଶି ଉଦ୍ଦିଷ୍ଟ କାର୍ଯ୍ୟପାଇଁ ବ୍ୟବହାର ହୋଇଛି କି ସେଥିରେ କୌଣସି ଭରସା ନଥିଲା ବୋଲି ସିଏଜି ମନ୍ତବ୍ୟ ଦେଇଛନ୍ତି ।

ସମ୍ବନ୍ଧିତ ଖବର