ଭୁବନେଶ୍ବର: ବିଧାନସଭାରେ ପାରିତ ହେଲା ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ ୨୦୨୧ । ଓଡ଼ିଶାରେ ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧକ୍ଷ ଓ ସଦସ୍ୟମାନେ ଅନ୍ୟ ରାଜ୍ୟରେ ନିଯୁକ୍ତି ପାଇବାର ବ୍ୟବସ୍ଥା ନଥିଲା । ସଂଶୋଧନ ଅନୁସାରେ ଓଡ଼ିଶା ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧକ୍ଷ ଓ ସଦସ୍ୟମାନେ, ଓଡ଼ିଶାରେ ପୁନଃ ନିଯୁକ୍ତି ପାଇବେ ନାହିଁ । ମାତ୍ର ଅନ୍ୟ ରାଜ୍ୟରେ ସେମାନଙ୍କୁ ନିଯୁକ୍ତି ମିଳିବ ।
ଏହାକୁ ନେଇ ବିରୋଧି ସଦସ୍ୟମାନେ ଜୋରଦାର ପ୍ରତିବାଦ କରିଛନ୍ତି । ବାଚସ୍ପତିଙ୍କ ପୋଡ଼ିୟମକୁ ଇୟର ଫୋନ ଓ କାଗଜ ଫୋପାଡ଼ିଛନ୍ତି ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ । ଏହାସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଜଣାପଡିଛି । ବିଧାନସଭାରେ ଏପରି ଅଭାବନୀୟ ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବା କୁହାଯାଉଛି । ବିନା ଆଲୋଚନାରେ ଗୃହରେ ବିଲ୍ ପାସ୍ ହୋଇଥିବାରୁ ଏହାର ପ୍ରତିବାଦରେ ବିରୋଧୀ ବିଜେପି ସଦସ୍ୟ ଏପରି କରିଥିବା କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/t-4.jpg)