ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ: ଏବେ ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ସଦସ୍ୟଙ୍କୁ ଓଡ଼ିଶାରେ ପୁନଃ ନିଯୁକ୍ତି ମିଳିବ ନାହିଁ

ଭୁବନେଶ୍ବର: ବିଧାନସଭାରେ ପାରିତ ହେଲା ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ ୨୦୨୧ । ଓଡ଼ିଶାରେ ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧକ୍ଷ ଓ ସଦସ୍ୟମାନେ ଅନ୍ୟ ରାଜ୍ୟରେ ନିଯୁକ୍ତି ପାଇବାର ବ୍ୟବସ୍ଥା ନଥିଲା । ସଂଶୋଧନ ଅନୁସାରେ ଓଡ଼ିଶା ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧକ୍ଷ ଓ ସଦସ୍ୟମାନେ, ଓଡ଼ିଶାରେ ପୁନଃ ନିଯୁକ୍ତି ପାଇବେ ନାହିଁ । ମାତ୍ର ଅନ୍ୟ ରାଜ୍ୟରେ ସେମାନଙ୍କୁ ନିଯୁକ୍ତି ମିଳିବ ।

ଏହାକୁ ନେଇ ବିରୋଧି ସଦସ୍ୟମାନେ ଜୋରଦାର ପ୍ରତିବାଦ କରିଛନ୍ତି । ବାଚସ୍ପତିଙ୍କ ପୋଡ଼ିୟମକୁ ଇୟର ଫୋନ ଓ କାଗଜ ଫୋପାଡ଼ିଛନ୍ତି ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ । ଏହାସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଜଣାପଡିଛି । ବିଧାନସଭାରେ ଏପରି ଅଭାବନୀୟ ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବା କୁହାଯାଉଛି । ବିନା ଆଲୋଚନାରେ ଗୃହରେ ବିଲ୍ ପାସ୍ ହୋଇଥିବାରୁ ଏହାର ପ୍ରତିବାଦରେ ବିରୋଧୀ ବିଜେପି ସଦସ୍ୟ ଏପରି କରିଥିବା କହିଛନ୍ତି ।

ସମ୍ବନ୍ଧିତ ଖବର