ଜଙ୍ଗଲ ଜମି ବଦଳରେ ଫୁଟପାଥରେ ଗଛ ଲଗାଇ ବନୀକରଣ କରୁଛି ବନବିଭାଗ : ସିଏଜି

ସିମେଣ୍ଟର କାଳ୍ପନିକ ଯୋଗାଣ ବାବଦରେ ଠିକାଦାରଙ୍କୁ ଅଢେଇ କୋଟି ଦେଇଛି ନିର୍ମାଣ ନିଗମ

ଭୁବନେଶ୍ବର : ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ରିପୋର୍ଟ ଉପସ୍ଥାପନ ହୋଇଛି । ରିପୋର୍ଟରେ ରାଜ୍ୟ ସରକାରଙ୍କ କେତେକ ବିଭାଗ ଓ ଉଦ୍ୟୋଗର କେତେକ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ଜାତୀୟ ଜଙ୍ଗଲ ନୀତି ଅନୁସାରେ ରାଜ୍ୟର ଜଙ୍ଗଲ ନୀତି ପ୍ରସ୍ତୁତ କରାଯାଇନଥିବାରୁ ଅନୁମୋଦିତ କାର୍ଯ୍ୟକାରୀ ଯୋଜନା କିମ୍ବା ପରିକଳ୍ପନା ବିମାନ ଜଙ୍ଗଲ ବିଭାଜନ ବା ଫରେଷ୍ଟ ଡିଭିଜନଗୁଡ଼ିକ କାର୍ଯ୍ୟକରୁଥିଲା । ରାଜ୍ୟରେ ଚାଲିଥିବା ବନୀକରଣ ପାଇଁ ଅବାସ୍ତବ ଲକ୍ଷ୍ୟ ହାସଲ କରାଯାଇଥିଲା । ଏପରିକି ଖାଲି ଜମିରେ କରାଯାଇଥିବା ବନୀକରଣ ଯୋଜନା ସଂପର୍କରେ ଆବଶ୍ୟକ ତଥ୍ୟ ସରକାର କିମ୍ବା ମୁଖ୍ୟ ବନ ସଂରକ୍ଷକଙ୍କ ନିକଟରେ ରଖାଯାଇନାହିଁ ।

ନିଜ ରିପୋର୍ଟରେ ସିଏଜି ଦର୍ଶାଇଛନ୍ତି ଯେ, ବନ ବିଭାଗ ପକ୍ଷରୁ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଅବକ୍ଷୟ ଜମିରେ ବୃକ୍ଷରୋପଣ କରାନଯାଇ, ଫୁଟପାଥ ପରି ସହଜରେ ପ୍ରବେଶ କରିହେଉଥିବା ସ୍ଥାନେ ବୃକ୍ଷରୋପଣ କରାଯାଇଛି ।

ସେହିପରି ରାଜ୍ୟ ସରକାରଙ୍କ ଅଧିନସ୍ଥ ଉଦ୍ୟୋଗଗୁଡ଼ିକର ତ୍ରୁଟିଯୁକ୍ତ ନିଷ୍ପତ୍ତି ଯୋଗୁଁ ରାଜ୍ୟ କୋଟି କୋଟି ଟଙ୍କାର ରାଜସ୍ବ ହରାଇଛି । ଓଡ଼ିଶା ଖଣି ନିଗମ କମ ହାରରେ ବକ୍ସାଇଟ ଉତ୍ପାଦନ ଖର୍ଚ୍ଚ ଆକଳନ କରିଥିବାରୁ ୬୧ କୋଟି ଟଙ୍କାର କ୍ଷତି ସହିଛି । ସେହିପରି  ଓଡ଼ିଶା ନିର୍ମାଣ ନିଗମ ଦ୍ବାରା ସିମେଣ୍ଟର କାଳ୍ପନିକ ଯୋଗାଣ ବାବଦରେ ୨.୪୫ କୋଟି ଟଙ୍କା ପରିଶୋଧ କରି ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଛି ।

ସମ୍ବନ୍ଧିତ ଖବର