ଭୁବନେଶ୍ବର : ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ୩ଟି ବିଭାଗ ଗ୍ରାମ୍ୟ ଉନ୍ନୟନ ବିଭାଗ, ମହିଳା ଶିଶୁ ବିକାଶ ବିଭାଗ ଓ ଜଳସମ୍ପଦ ବିଭାଗର ସମୀକ୍ଷା ରିପୋର୍ଟ ପ୍ରକାଶ କରିଛନ୍ତି ।
ରିପୋର୍ଟରେ ଏସବୁ ବିଭାଗର କେତେକ ପ୍ରକଳ୍ପର କାର୍ଯ୍ୟକାରିତାରେ ଥିବା ତ୍ରୁଟି ଓ ଦୁର୍ବଳତାକୁ ଉଜାଗର କରାଯାଇଛି । ବିଶେଷକରି ଗ୍ରାମ୍ୟ ଉନ୍ନୟନ ବିଭାଗରେ ହୋଇଥିବା ନିର୍ମାଣ ପ୍ରକଳ୍ପରେ ବ୍ୟାପକ ବିଳମ୍ବ, ନିମ୍ନମାନର କାର୍ଯ୍ୟ ଓ ଅନିୟମିତତା କଥା ଦର୍ଶାଇଛନ୍ତି ସିଏଜି ।
ବିଜୁ ସେତୁ ଯୋଜନା ଅଧିନରେ ୨୦୧୭-୧୮ରୁ ୨୦୨୦-୨୧ ମଧ୍ୟରେ ୭୯୩ଟି ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ମାତ୍ର ୪୭୩ଟି କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଥିଲା ଏବଂ ୩୧୮ଟି ଅସଂପୂର୍ଣ୍ଣ ରହିଥିଲା । ଏହି ଯୋଜନାରେ ୨୦୧୭ -୨୦୨୧ ମସିହା ପାଇଁ ୨ ହଜାର ୫୭୦ କୋଟି ବଜେଟ ବ୍ୟବସ୍ଥା ହୋଇଥିଲେ ବି ୩୧୪ କୋଟି ଟଙ୍କା ବିନିଯୋଗ ହୋଇ ପାରିନାହିଁ।
ଟେଣ୍ଡର ଚୂଡ଼ାନ୍ତ ହେବାରେ ବିଳମ୍ବ, ପ୍ରାଥମିକ ସର୍ବେକ୍ଷଣରେ ତ୍ରୁଟି ଯୋଗୁଁ ନକ୍ସାରେ ପରିବର୍ତ୍ତନ, ଜମି ମାମଲା ସମାଧାନରେ ବିଫଳତା ଓ ଠିକାଦାରମାନଙ୍କ ଦ୍ବାରା ମନ୍ଥର ଗତିରେ କାମ ଯୋଗୁଁ ପ୍ରକଳ୍ପଗୁଡ଼ିକ ବିଳମ୍ବ କିମ୍ବା ଅସଂପୂର୍ଣ୍ଣ ରହିଥିଲା ବୋଲି ସିଏଜି ଦର୍ଶାଇଛନ୍ତି ।
ସେହିପରି ୫ଟି ସେତୁ ମାମଲାରେ ବିଜୁ ସେତୁ ଯୋଜନା ମାର୍ଗଦର୍ଶିକାର ବିରୁଦ୍ଧାଚରଣ କରି ୫ କିମି ଅଂଚଳ ମଧ୍ୟରେ ବିକଳ୍ପ ସେତୁ ଥିବା ସତ୍ତ୍ବେ ନୂଆ ସେତୁ ନିର୍ମାଣ କରାଯାଇଥିଲା । ସେତୁ ପାଇଁ କିମ୍ବା ସେତୁକୁ ଯିବା ପାଇଁ ଉଦ୍ଦିଷ୍ଟ ରାସ୍ତା ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ହୋଇନପାରିବାରୁ ୧୮୫ କୋଟି ଟଙ୍କା ବ୍ୟୟ ସତ୍ତ୍ବେ ୪୮ଟି ପ୍ରକଳ୍ପ ଅଂସପୂର୍ଣ୍ଣ ରହିଥିଲା ।
ଅନ୍ୟପକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷାରୁ ସିଏଜି ଜାଣିବାକୁ ପାଇଛନ୍ତି ଯେ, ରାଜ୍ୟରେ ୨୦୨୧ ମାର୍ଚ୍ଚ ସୁଦ୍ଧା ୩୬ଟି କର୍ମଜୀବୀ ମହିଳା ହଷ୍ଟେଲ ଥିଲେ ବି ସେଥିରୁ ମାତ୍ର ୧୨ଟି କାର୍ଯ୍ୟକ୍ଷମ ଥିଲା । ରାଜ୍ୟରେ ଥିବା ଶିଶୁ ଯତ୍ନ ପ୍ରତିଷ୍ଠାନଗୁ଼ଡ଼ିକ ଦିଆଯାଉଥିବା ପାଣ୍ଠିର ଉପଯୋଗ କରିବାରେ ବିଫଳ ହେଉଛନ୍ତି । ୨୦୨୦-୨୧ ବର୍ଷରେ ଉପଲବ୍ଧ ପାଣ୍ଠିର ମାତ୍ର ୩୧ ପ୍ରତିଶତ ବ୍ୟବହାର ହୋଇଥିଲା ।
ମହିଳା ଓ ଶିଶୁ ବିକାଶ ବିଭାଗରେ ୨୦୧୪ ଫେବୃଆରୀ ରୁ ୨୦୨୦ ନଭେମ୍ବର ମଧ୍ୟରେ ଆଠଟି କର୍ମଜୀବୀ ମହିଳା ହଷ୍ଟେଲ ପାଇଁ ୪୪.୧୯ କୋଟି ପ୍ରଦାନ କରାଯାଇଥିଲେ ବି ୨୦୨୧ ନଭେମ୍ବର ୨୦୨୧ ସୁଦ୍ଧା ୫ ଟି ସମ୍ପୂର୍ଣ ହୋଇଥିଲା। ତେବେ ୨୦୨୧ ନଭେମ୍ବର କୌଣସି ଟି କାର୍ଯ୍ୟକ୍ଷମ ହୋଇନଥିଲା।
ଓଡ଼ିଶା ନିର୍ମାଣ ନିଗମ ଲିମିଟେଡରେ ୨୦୧୭-୨୦୧୮,୨୦୧୮-୨୦୧୯,୨୦୨୦-୨୦୨୧ ରେ କାରବାର ଲ କ୍ଷ୍ୟ ହାସଲ କରି ପାରିନାହିଁ। ୨୦୧୬-୧୭ ରେ ୮୭୪ କୋଟି ପ୍ରକୃତ କାରବାର ହୋଇଥିବା ବେଳେ ୨୦୨୦-୨୧ ରେ ୪୨୨ କୋଟି କୁ ହ୍ରାସ ପାଇଥିଲା। ଆକଳନରେ ଡ୍ରେଜିଁ ପାଇଁ ଅଧିକ ମୂଲ୍ୟ ଗ୍ରହଣ ଯୋଗୁଁ ମହାନଦୀ ବ୍ୟରେଜ୍ ଉପରୁ ମୁଣ୍ଡରେ ସୋ ଆଲ ଅପସାରଣ ପ୍ରକଳ୍ପ କ୍ଷେତ୍ରରେ ଠିକାଦାର ଙ୍କୁ ୭.୭୨ କୋଟି ଟଙ୍କା ଅନୁଚିତ୍ ସୁବିଧା ଦିଆଯାଇଛି।
ଚତୁର୍ଦ୍ଦଶ ଅର୍ଥ ଆୟୋଗର ସର୍ତ୍ ଅନୁଯାୟୀ ସେବା ସ୍ତରୀୟ ବେଞ୍ଚ ମାର୍କ ହାସଲ ନ ହେବା ଯୋଗୁଁ ୟୁ ଏଲ୍ ବି ଗୁଡ଼ିକ ୩୩୩.୫୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପାଇ ନଥିଲେ। ମାର୍ଚ୍ଚ ୨୦୨୧ ସୁଦ୍ଧା ରାଜ୍ୟ ସରକାର ବର୍ୟବସ୍ତୁ ନିବାରଣ ହ୍ରାସ,ପୁନଃ ବ୍ୟବହାର ନିମନ୍ତେ କୌଣସି ଯୋଜନା କରିବା ଲାଗି ପଦକ୍ଷେପ ଗ୍ରହଣ ନ କରିବାରୁ ୯୦ ପ୍ରତିଶତ ବର୍ୟବସ୍ତୁ ପ୍ରକ୍ରିୟାକରଣ ନ ହୋଇ ଡମ୍ପି ୟାଡ ରେ ଜମା ହୋଇ ରହିଥିଲା। ଘରୋଇ ବର୍ୟାବସ୍ତୁ ଅଧିଶୁଚିତ ନ ହେବା ଯୋଗୁଁ ବର୍ୟବସ୍ତୁ ଲ୍ୟାଣ୍ଡ ଫିଲ ରେ ପକାଯାଇଥିଲା। ଏହା ଦ୍ବାରା ଲ୍ୟାଣ୍ଡ ଫିଲ ନିକଟରେ ରହୁଥିବା ବାସିନ୍ଦାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଉଥିବା ସର୍ଭେ ସମୟରେ ଜଣାପଡିଥିଲା। ଏସଡବ୍ଲ୍ୟୁଏମ ନିୟମ ଉଲଙ୍ଘନ କରି ନମୁନା ଯାଞ୍ଚ ହେଉଥିବା ୧୧ ଟି ୟୁ ଏଲ୍ ବି ରେ ଲ୍ୟାଣ୍ଡ ଫିଲ ଠାରୁ ୨୦୦ ମିଟର ମଧ୍ୟରେ ଓ ୪ ଟି ୟୁ ଏଲ୍ ବି ରେ ବରଫ ଜୋନ ଠାରୁ ୫୦୦ ମିଟର ମଧ୍ୟରେ ଜନବସତି ଗଢି ଉଠିବ ଯୋଗୁଁ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିଲା। ସ୍ମାର୍ଟ୍ ସିଟି ଗୁଡିକରେ ୨୦୧୫-୨୦୨୦ ମଧ୍ୟରେ ୨ ହଜାର ୯୫୬ ଟନ ପ୍ରତିଦିନ କଠିନ ବର୍ୟବସ୍ତୁ ଓ ୩୦ ହଜାର ୫୭ ଟନ ପ୍ଲାଷ୍ଟିକ ବର୍ୟବସ୍ତୁ ବିନା ପ୍ରକ୍ରିୟାକାରଣରେ ଲ୍ୟାଣ୍ଡ ଫିଲ ରେ ଜମା କରଜାଉଥିବା ସିଏଜି ରିପୋର୍ଟ ରୁ ଜଣାପଡିଛି।