ଭୁବନେଶ୍ୱର: ଆସନ୍ତା ବଜେଟ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ୨୦୧୯-୨୦ ସମାପ୍ତ ବର୍ଷ ପାଇଁ ‘ସମ୍ପାଦନ ଏବଂ ଅନୁପାଳନ ରିପୋର୍ଟ -୩’ ଲେଖା ପରୀକ୍ଷା ପ୍ରତିବେଦନ (ସିଏଜି ରିପୋର୍ଟ) ଓଡ଼ିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଆଜି ରାଜଭବନଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରିଛନ୍ତି l ରାଜ୍ୟପାଳଙ୍କ ସହ ଅନୋପଚାରିକ ଆଲୋଚନା ଅବସରରେ ପ୍ରଧାନ ମହଲେଖାକାର ଶ୍ରୀ ବେହେରା ମହଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଅଡିଟ ରିପୋର୍ଟ ପ୍ରସ୍ତୁତିରେ ପ୍ରାସଙ୍ଗିକ ଓ ନିର୍ଭର ଯୋଗ୍ୟ ସୂଚନା ସହ ଏକ ସ୍ୱଚ୍ଛ ଓ ଗୁଣାତ୍ମକ ରିପୋର୍ଟ ପ୍ରସ୍ତୁତି ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ। ରିପୋର୍ଟ ପ୍ରଦାନ ସମୟରେ ଉପ ମହଲେଖାକାର ପ୍ରିନସନ ଭର୍ଗିଜ ଉପସ୍ଥିତ ଥିଲେ l
ରାଜ୍ୟପାଳଙ୍କୁ ସିଏଜି ରିପୋର୍ଟ ପ୍ରଦାନ
/sambad/media/post_attachments/wp-content/uploads/2022/04/s654hsf132h132fhhffhsfsh.jpg)