ରାଜ୍ୟପାଳଙ୍କୁ ସିଏଜି ରିପୋର୍ଟ ପ୍ରଦାନ କଲେ ୨ ମହାଲେଖାକାର

ଭୁବନେଶ୍ୱର : ଆଗାମୀ ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ସିଏଜି ରିପୋର୍ଟ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ମହାଲେଖାକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ରାଜ୍ୟପାଳଙ୍କୁ ମହାଲେଖାକାର (ଅଡିଟ-୨ ଓ ଲେଖା-ହକ୍‌ଦାରୀ) ବିଭୂଦତ୍ତ ବସନ୍ତିଆ ୨୦୧୮ ମାର୍ଚ୍ଚରେ ଶେଷ ହୋଇଥିବା ୨୦୧୭-୧୮ ଆର୍ଥିକ ବର୍ଷର ଆର୍ଥିକ କ୍ଷେତ୍ର, ସାଧାରଣ ଉଦ୍ୟୋଗ ଓ ରାଜସ୍ବ କ୍ଷେତ୍ର ସମ୍ପର୍କିତ ଦୁଇଟି ସିଏଜି ରିପୋର୍ଟ ସହ ୨୦୧୯ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ଅର୍ଥ ଓ ବ୍ୟୟ ମଞ୍ଜୁରୀ ସଂକ୍ରାନ୍ତ ରିପୋର୍ଟ ମଧ୍ୟ ପ୍ରଦାନ କରିଛନ୍ତି। ସେହିପରି ମହାଲେଖାକାର (ଅଡିଟ୍‌-୧) ସୁଶ୍ରୀ ସ୍ମୃତି ୨୦୧୯ ମାର୍ଚ୍ଚରେ ଶେଷ ହୋଇଥିବା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଉଦ୍ଦିଷ୍ଟ ସାଧାରଣ ଓ ସାମାଜିକ କ୍ଷେତ୍ର ସିଏଜି ରିପୋର୍ଟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର